ବିଶ୍ୱରେ ଆଉ ୪ଲକ୍ଷ ୭ହଜାର ୬୩୯ଜଣ ସଂକ୍ରମିତ ଓ ୧୩ହଜାର ୪୭୦ ମୃତ
ନୂଆଦିଲ୍ଲୀ : ବିଶ୍ୱର ୨୧୯ ଦେଶର କାୟା ମେଲାଉଛି ମହାମାରୀ କରୋନା । ଏହାରି ମଧ୍ୟରେ ବିଦେଶୀ ରାଷ୍ଟ୍ର ଗୁଡିକରେ ପୁଣି କରୋନା ସଂକ୍ରମଣ ବଢ଼ିଚାଲିଛି । କରୋନା ଭାଇରସର ଅନ୍ୟ ଏକ ଷ୍ଟ୍ରେନ ଦେଖାଯିବା ପରେ ଭାରତ, ଇଂଲଣ୍ଡ, ଫ୍ରାନ୍ସ, ବ୍ରିଟେନ, ଦକ୍ଷିଣ ଆଫ୍ରିକା ଓ ନାଇଜେରିଆ ସମେତ ବିଶ୍ୱବାସୀ ଚିନ୍ତା ପ୍ରକଟ କରିଛନ୍ତି । ଗୁରୁବାର ଗତ ୨୪ ଘଣ୍ଟା ମଧ୍ୟରେ ୪ଲକ୍ଷ ୭ହଜାର ୬୩୯ଜଣ ସଂକ୍ରମିତ ହୋଇଥିବାବେଳେ ୧୩ହଜାର ୪୭୦ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ୱାଲଡୋମିଟର ୱେବସାଇଟ୍ ରିପୋର୍ଟରେ ପ୍ରକାଶ ପାଇଛି । ଏହାକୁ ମିଶାଇ ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୭କୋଟି ୫୧ଲକ୍ଷ ୫୦ହଜାର ୮୯୧ ଓ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୭ଲକ୍ଷ ୭୬ହଜାର ୪୧ ଜଣକୁ ବୃଦ୍ଧି ପାଇଛି । ସେହିପରି କରୋନାରୁ ୧୫କୋଟି ୮୯ଲକ୍ଷ ୫୧ହଜାର ୨୦୪ ସୁସ୍ଥ ହୋଇ ଥିବାବେଳେ ୧କୋଟି ୨୪ଲକ୍ଷ ୨୩ହଜାର ୬୪୬ ଜଣ ସକ୍ରିୟ ମାମଲା ରହିଛି ।
ସୂଚନା ଯେ, ଆମେରିକାରେ ୩କୋଟି ୪୨ଲକ୍ଷ ୬୩ହଜାର ୪୧୮ ସଂକ୍ରମିତ ଓ ୬ଲକ୍ଷ ୧୩ହଜାର ୪୬୬ ଜଣ ମୃତ ଥିବାବେଳେ ବ୍ରାଜିଲରେ ୧କୋଟି ୭୧ଲକ୍ଷ ୨୫ ହଜାର ୩୫୭ ସଂକ୍ରମିତ ଓ ୪ଲକ୍ଷ ୭୯ ହଜାର ୭୯୧ମୃତ, ଫ୍ରାନ୍ସରେ ୫୭ ଲକ୍ଷ ୨୫ ହଜାର ୪୯୨ ସଂକ୍ରମିତ ଓ ୧ ଲକ୍ଷ ୧୦ ହଜାର ୨୦୨ ମୃତ, ତୁର୍କୀରେ ୫୩ ଲକ୍ଷ ୬ ହଜାର ୬୯୦ ସଂକ୍ରମିତ ଓ ୪୮ ହଜାର ୪୨୮ ମୃତ, ଋଷିଆରେ ୫୧ ଲକ୍ଷ ୫୬ ହଜାର ୨୫୦ ସଂକ୍ରମିତ ଓ ୧ଲକ୍ଷ ୨୪ ହଜାର ୮୯୫ ମୃତ, ୟୁକେରେ ୪୫ ଲକ୍ଷ ୩୫ ହଜାର ୭୫୪ ସଂକ୍ରମିତ ଓ ୧ ଲକ୍ଷ ୨୭ ହଜାର ୮୬୦ ମୃତ, ଇଟାଲିରେ ୪୨ ଲକ୍ଷ ୩୭ ହଜାର ୭୯୦ ସଂକ୍ରମିତ ଓ ୧ଲକ୍ଷ ୨୬ ହଜାର ୭୬୭ ମୃତ, ଆର୍ଜେଣ୍ଟିନାରେ ୪୦ ଲକ୍ଷ ୩୮ ହଜାର ୫୨୮ ସଂକ୍ରମିତ ଓ ୮୩ ହଜାର ୨୭୨ ମୃତ, ଜର୍ମାନୀରେ ୩୭ ଲକ୍ଷ ୧୫ ହଜାର ୮୭୦ ସଂକ୍ରମିତ ଓ ୯୦ ହଜାର ୧୮୭ମୃତ, ସ୍ପେନରେ ୩୭ ଲକ୍ଷ ୧୫ ହଜାର ୪୫୪ ସଂକ୍ରମିତ ଓ ୮୦ ହଜାର ୩୩୨ ମୃ