ବିଶ୍ୱରେ ଆଉ ୩ଲକ୍ଷ ୬ହଜାର ୮୦୨ଜଣ ସଂକ୍ରମିତ ଓ ୭ହଜାର ୭୪୬ ମୃତ
- ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୭କୋଟି ୪୩ଲକ୍ଷ ୬୧ହଜାର ୯୧୧ ଓ ୩୭ଲକ୍ଷ ୫୧ହଜାର ୬୮୫ ମୃତ
ନୂଆଦିଲ୍ଲୀ : ବିଶ୍ୱର ୨୧୯ ଦେଶର କାୟା ମେଲାଉଛି ମହାମାରୀ କରୋନା । ଏହାରି ମଧ୍ୟରେ ବିଦେଶୀ ରାଷ୍ଟ୍ର ଗୁଡିକରେ ପୁଣି କରୋନା ସଂକ୍ରମଣ ବଢ଼ିଚାଲିଛି । କରୋନା ଭାଇରସର ଅନ୍ୟ ଏକ ଷ୍ଟ୍ରେନ ଦେଖାଯିବା ପରେ ଭାରତ, ଇଂଲଣ୍ଡ, ଫ୍ରାନ୍ସ, ବ୍ରିଟେନ, ଦକ୍ଷିଣ ଆଫ୍ରିକା ଓ ନାଇଜେରିଆ ସମେତ ବିଶ୍ୱବାସୀ ଚିନ୍ତା ପ୍ରକଟ କରିଛନ୍ତି । ମଙ୍ଗଳବାର ଗତ ୨୪ ଘଣ୍ଟା ମଧ୍ୟରେ ୩ଲକ୍ଷ ୬ହଜାର ୮୦୨ଜଣ ସଂକ୍ରମିତ ହୋଇଥିବାବେଳେ ୭ହଜାର ୭୪୬ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ୱାଲଡୋମିଟର ୱେବସାଇଟ୍ ରିପୋର୍ଟରେ ପ୍ରକାଶ ପାଇଛି । ଏହାକୁ ମିଶାଇ ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୭କୋଟି ୪୩ଲକ୍ଷ ୬୧ହଜାର ୯୧୧ ଓ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୭ଲକ୍ଷ ୫୧ହଜାର ୬୮୫ ଜଣକୁ ବୃଦ୍ଧି ପାଇଛି । ସେହିପରି କରୋନାରୁ ୧୫କୋଟି ୭୮ଲକ୍ଷ ୮୬ହଜାର ୪୨୪ ସୁସ୍ଥ ହୋଇ ଥିବାବେଳେ ୧କୋଟି ୨୭ଲକ୍ଷ ୨୩ହଜାର ୮୦୨ ଜଣ ସକ୍ରିୟ ମାମଲା ରହିଛି ।
ସୂଚନା ଯେ, ଆମେରିକାରେ ୩କୋଟି ୪୨ଲକ୍ଷ ୨୬ହଜାର ୧୨୫ ସଂକ୍ରମିତ ଓ ୬ଲକ୍ଷ ୧୨ହଜାର ୬୮୯ ଜଣ ମୃତ ଥିବାବେଳେ ବ୍ରାଜିଲରେ ୧କୋଟି ୬୯ଲକ୍ଷ ୮୫ ହଜାର ୮୧୨ସଂକ୍ରମିତ ଓ ୪ଲକ୍ଷ ୭୪ହଜାର ୬୧୪ମୃତ, ଫ୍ରାନ୍ସରେ ୫୭ ଲକ୍ଷ ୧୩ ହଜାର ୯୧୭ ସଂକ୍ରମିତ ଓ ୧ ଲକ୍ଷ ୧୦ ହଜାର ୬୨ ମୃତ, ତୁର୍କୀରେ ୫୨ ଲକ୍ଷ ୯୩ ହଜାର ୬୨୭ ସଂକ୍ରମିତ ଓ ୪୮ ହଜାର ୨୫୫ ମୃତ, ଋଷିଆରେ ୫୧ ଲକ୍ଷ ୩୫ ହଜାର ୮୬୬ ସଂକ୍ରମିତ ଓ ୧ଲକ୍ଷ ୨୪ ହଜାର ୧୧୭ ମୃତ, ୟୁକେରେ ୪୫ ଲକ୍ଷ ୨୨ ହଜାର ୪୭୬ ସଂକ୍ରମିତ ଓ ୧ ଲକ୍ଷ ୨୭ ହଜାର ୮୪୧ ମୃତ, ଇଟାଲିରେ ୪୨ ଲକ୍ଷ ୩୩ ହଜାର ୬୯୮ ସଂକ୍ରମିତ ଓ ୧ଲକ୍ଷ ୨୬ ହଜାର ୫୮୮ମୃତ, ଆର୍ଜେଣ୍ଟିନାରେ ୩୯ ଲକ୍ଷ ୭୭ ହଜାର ୬୩୪ ସଂକ୍ରମିତ ଓ ୮୧ ହଜାର ୯୪୬ ମୃତ, ଜର୍ମାନୀରେ ୩୭ ଲକ୍ଷ ୧୦ ହଜାର ୩୪୧ ସଂକ୍ରମିତ ଓ ୮୯ ହଜାର ୯୬୫ମୃତ, ସ୍ପେନରେ ୩୭ ଲକ୍ଷ ୭ ହଜାର ୫୨୩ ସଂକ୍ରମିତ ଓ ୮୦ ହଜାର ୨୩୬ ମୃତ ରହିଛନ୍ତି ।