ବିଶ୍ୱରେ ଆଉ ୬ଲକ୍ଷ ୧ହଜାର ୭୯ ସଂକ୍ରମିତ ଓ ୧୩ହଜାର ୪୮୫ ମୃତ
ନୂଆଦିଲ୍ଲୀ : ବିଶ୍ୱର ୨୧୯ ଦେଶର କାୟା ମେଲାଉଛି ମହାମାରୀ କରୋନା । ଏହାରି ମଧ୍ୟରେ ବିଦେଶୀ ରାଷ୍ଟ୍ର ଗୁଡିକରେ ପୁଣି କରୋନା ସଂକ୍ରମଣ ବଢ଼ିଚାଲିଛି । କରୋନା ଭାଇରସର ଅନ୍ୟ ଏକ ଷ୍ଟ୍ରେନ ଦେଖାଯିବା ପରେ ଭାରତ, ଇଂଲଣ୍ଡ, ଫ୍ରାନ୍ସ, ବ୍ରିଟେନ, ଦକ୍ଷିଣ ଆଫ୍ରିକା ଓ ନାଇଜେରିଆ ସମେତ ବିଶ୍ୱବାସୀ ଚିନ୍ତା ପ୍ରକଟ କରିଛନ୍ତି । ବୁଧବାର ଗତ ୨୪ ଘଣ୍ଟା ମଧ୍ୟରେ ୬ଲକ୍ଷ ୧ହଜାର ୭୯ଜଣ ସଂକ୍ରମିତ ହୋଇଥିବାବେଳେ ୧୩ହଜାର ୪୮୫ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ୱାଲଡୋମିଟର ୱେବସାଇଟ୍ ରିପୋର୍ଟରେ ପ୍ରକାଶ ପାଇଛି । ଏହାକୁ ମିଶାଇ ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୬କୋଟି ୪୮ଲକ୍ଷ ୭୩ହଜାର ୨୨୯ ଓ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୪ଲକ୍ଷ ୧୭ହଜାର ୭୦୭ଜଣକୁ ବୃଦ୍ଧି ପାଇଛି । ସେହିପରି କରୋନାରୁ ୧୪କୋଟି ୫୦ଲକ୍ଷ ୯ହଜାର ୫୧୩ ସୁସ୍ଥ ହୋଇ ଥିବାବେଳେ ୧କୋଟି ୬୪ଲକ୍ଷ ୪୬ହଜାର ୯ ଜଣ ସକ୍ରିୟ ମାମଲା ରହିଛି ।
ସୂଚନା ଯେ, ଆମେରିକାରେ ୩କୋଟି ୩୭ଲକ୍ଷ ୭୩ହଜାର ୬୩୪ ସଂକ୍ରମିତ ଓ ୬ଲକ୍ଷ ୧ହଜାର ୩୦୮ ଜଣ ମୃତ ଥିବାବେଳେ ବ୍ରାଜିଲରେ ୧କୋଟି ୫୭ଲକ୍ଷ ୩୫ ହଜାର ୪୮୫ସଂକ୍ରମିତ ଓ ୪ଲକ୍ଷ ୩୯ହଜାର ୩୭୯ମୃତ, ଫ୍ରାନ୍ସରେ ୫୮ ଲକ୍ଷ ୯୮ ହଜାର ୩୪୭ ସଂକ୍ରମିତ ଓ ୧ ଲକ୍ଷ ୮ ହଜାର ୪୦ ମୃତ, ତୁର୍କୀରେ ୫୧ ଲକ୍ଷ ୩୯ ହଜାର ୪୮୫ ସଂକ୍ରମିତ ଓ ୪୫ ହଜାର ୧୮୬ ମୃତ, ଋଷିଆରେ ୪୯ଲକ୍ଷ ୫୭ ହଜାର ୭୫୬ ସଂକ୍ରମିତ ଓ ୧ଲକ୍ଷ ୧୬ ହଜାର ୫୭୫ ମୃତ, ୟୁକେରେ ୪୪ ଲକ୍ଷ ୫୦ ହଜାର ୩୯୨ ସଂକ୍ରମିତ ଓ ୧ ଲକ୍ଷ ୨୭ ହଜାର ୬୯୧ ମୃତ, ଇଟାଲିରେ ୪୧ ଲକ୍ଷ ୬୭ ହଜାର ୨୫ ସଂକ୍ରମିତ ଓ ୧ଲକ୍ଷ ୨୪ ହଜାର ୪୯୭ମୃତ, ସ୍ପେନରେ ୩୬ ଲକ୍ଷ ୧୯ ହଜାର ୮୪୮ ସଂକ୍ରମିତ ଓ ୭୯ ହଜାର ୫୦୨ ମୃତ, ଜର୍ମାନୀରେ ୩୬ ଲକ୍ଷ ୧୫ ହଜାର ୮୯୬ ସଂକ୍ରମିତ ଓ ୮୭ ହଜାର ୧୪୮ମୃତ, ଆର୍ଜେଣ୍ଟିନାରେ ୩୩ ଲକ୍ଷ ୭୧ ହଜାର ୫୦୮ ସଂକ୍ରମିତ ଓ ୭୧ ହଜାର ୭୭୧ ମୃତ ରହିଛନ୍ତି ।