ବିଶ୍ୱରେ ଆଉ ୫ଲକ୍ଷ ୨୫ହଜାର ୪୯୫ଜଣ ସଂକ୍ରମିତ ଓ ୧୦ହଜାର ୩୨୧ ମୃତ
ନୂଆଦିଲ୍ଲୀ : ବିଶ୍ୱର ୨୧୯ ଦେଶର କାୟା ମେଲାଉଛି ମହାମାରୀ କରୋନା । ଏହାରି ମଧ୍ୟରେ ବିଦେଶୀ ରାଷ୍ଟ୍ର ଗୁଡିକରେ ପୁଣି କରୋନା ସଂକ୍ରମଣ ବଢ଼ିଚାଲିଛି । କରୋନା ଭାଇରସର ଅନ୍ୟ ଏକ ଷ୍ଟ୍ରେନ ଦେଖାଯିବା ପରେ ଭାରତ, ଇଂଲଣ୍ଡ, ଫ୍ରାନ୍ସ, ବ୍ରିଟେନ, ଦକ୍ଷିଣ ଆଫ୍ରିକା ଓ ନାଇଜେରିଆ ସମେତ ବିଶ୍ୱବାସୀ ଚିନ୍ତା ପ୍ରକଟ କରିଛନ୍ତି । ମଙ୍ଗଳବାର ଗତ ୨୪ ଘଣ୍ଟା ମଧ୍ୟରେ ୫ଲକ୍ଷ ୨୫ହଜାର ୪୯୫ଜଣ ସଂକ୍ରମିତ ହୋଇଥିବାବେଳେ ୧୦ହଜାର ୩୨୧ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ୱାଲଡୋମିଟର ୱେବସାଇଟ୍ ରିପୋର୍ଟରେ ପ୍ରକାଶ ପାଇଛି । ଏହାକୁ ମିଶାଇ ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୬କୋଟି ୪୨ଲକ୍ଷ ୫୫ହଜାର ୪୮୩ ଓ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୪ଲକ୍ଷ ୩ହଜାର ୭୧୭ଜଣକୁ ବୃଦ୍ଧି ପାଇଛି । ସେହିପରି କରୋନାରୁ ୧୪କୋଟି ୪୧ଲକ୍ଷ ୬୭ହଜାର ୯୬୧ ସୁସ୍ଥ ହୋଇ ଥିବାବେଳେ ୧କୋଟି ୬୬ଲକ୍ଷ ୮୩ହଜାର ୮୦୫ ଜଣ ସକ୍ରିୟ ମାମଲା ରହିଛି ।
ସୂଚନା ଯେ, ଆମେରିକାରେ ୩କୋଟି ୩୭ଲକ୍ଷ ୪୫ହଜାର ୧୮୫ ସଂକ୍ରମିତ ଓ ୬ଲକ୍ଷ ୫୧୨ ଜଣ ମୃତ ଥିବାବେଳେ ବ୍ରାଜିଲରେ ୧କୋଟି ୫୬ଲକ୍ଷ ୬୧ ହଜାର ୧୦୬ସଂକ୍ରମିତ ଓ ୪ଲକ୍ଷ ୩୬ହଜାର ୮୬୨ମୃତ, ଫ୍ରାନ୍ସରେ ୫୮ ଲକ୍ଷ ୮୧ ହଜାର ୧୩୭ ସଂକ୍ରମିତ ଓ ୧ ଲକ୍ଷ ୭ ହଜାର ୮୧୨ ମୃତ, ତୁର୍କୀରେ ୫୧ ଲକ୍ଷ ୨୭ ହଜାର ୫୪୮ ସଂକ୍ରମିତ ଓ ୪୪ ହଜାର ୯୮୩ ମୃତ, ଋଷିଆରେ ୪୯ଲକ୍ଷ ୪୯ ହଜାର ୫୭୩ ସଂକ୍ରମିତ ଓ ୧ଲକ୍ଷ ୧୬ ହଜାର ୨୧୧ ମୃତ, ୟୁକେରେ ୪୪ ଲକ୍ଷ ୫୨ ହଜାର ୭୫୬ ସଂକ୍ରମିତ ଓ ୧ ଲକ୍ଷ ୨୭ ହଜାର ୬୮୪ ମୃତ, ଇଟାଲିରେ ୪୧ ଲକ୍ଷ ୪୨ ହଜାର ୫୭୬ ସଂକ୍ରମିତ ଓ ୧ଲକ୍ଷ ୨୪ ହଜାର ୨୯୬ମୃତ, ସ୍ପେନରେ ୩୬ ଲକ୍ଷ ୧୫ ହଜାର ୮୬୦ ସଂକ୍ରମିତ ଓ ୭୯ ହଜାର ୪୩୨ ମୃତ, ଜର୍ମାନୀରେ ୩୬ ଲକ୍ଷ ୮ ହଜାର ୨୯୨ ସଂକ୍ରମିତ ଓ ୮୬ ହଜାର ୮୭୦ମୃତ, ଆର୍ଜେଣ୍ଟିନାରେ ୩୩ ଲକ୍ଷ ୩୫ ହଜାର ୯୬୫ ସଂକ୍ରମିତ ଓ ୭୧ ହଜାର ୬୭୫ ମୃତ ରହିଛନ୍ତି ।