ବିଶ୍ୱରେ କାୟା ମେଲାଉଛି ମହାମାରୀ କରୋନା
![](https://thetruths.in/wp-content/uploads/2021/04/T-World-Corona-Status-12.jpg)
- ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୨୯ଲକ୍ଷ ୭୧ହଜାର ୯୨ ଓ ସଂକ୍ରମିତଙ୍କ ସଂଖ୍ୟା ୧୩କୋଟି ୭୯ଲକ୍ଷ ୯୯ହଜାର ୧୨୬କୁ ବୃଦ୍ଧି
ନୂଆଦିଲ୍ଲୀ : ବିଶ୍ୱର ୨୧୮ ଦେଶର କାୟା ମେଲାଉଛି ମହାମାରୀ କରୋନା । ଏହାରି ମଧ୍ୟରେ ବିଦେଶୀ ରାଷ୍ଟ୍ର ଗୁଡିକରେ ପୁଣି କରୋନା ସଂକ୍ରମଣ ବଢ଼ିଚାଲିଛି । କରୋନା ଭାଇରସର ଅନ୍ୟ ଏକ ଷ୍ଟ୍ରେନ ଦେଖାଯିବା ପରେ ଭାରତ, ଇଂଲଣ୍ଡ, ଫ୍ରାନ୍ସ, ବ୍ରିଟେନ, ଦକ୍ଷିଣ ଆଫ୍ରିକା ଓ ନାଇଜେରିଆ ସମେତ ବିଶ୍ୱବାସୀ ଚିନ୍ତା ପ୍ରକଟ କରିଛନ୍ତି । ବୁଧବାର ସୁଦ୍ଧା ବିଶ୍ୱରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୯ଲକ୍ଷ ୭୧ହଜାର ୯୨ଜଣ ଓ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩କୋଟି ୭୯ଲକ୍ଷ ୯୯ହଜାର ୧୨୬କୁ ବୃଦ୍ଧି ପାଇଛି । ସେହିପରି କରୋନାରୁ ୧୧କୋଟି ୧୦ଲକ୍ଷ ୨୦ହଜାର ୬୭୮ ସୁସ୍ଥ ହୋଇ ଥିବାବେଳେ ୨କୋଟି ୪୦ଲକ୍ଷ ୭ହଜାର ୩୫୬ ଜଣ ସକ୍ରିୟ ମାମଲା ରହିଛି ।
ସୂଚନା ଯେ, ଆମେରିକାରେ ୩କୋଟି ୨୦ଲକ୍ଷ ୬୮ହଜାର ୪୪୮ ସଂକ୍ରମିତ ଓ ୫ଲକ୍ଷ ୭୭ହଜାର ୧୬୬ ଜଣ ମୃତ ଥିବାବେଳେ
ବ୍ରାଜିଲରେ୧କୋଟି ୩୬ଲକ୍ଷ ୧ହଜାର ୫୬୬ସଂକ୍ରମିତ ଓ ୩ଲକ୍ଷ ୫୮ହଜାର୭୧୮ମୃତ, ଫ୍ରାନ୍ସରେ ୫୧ ଲକ୍ଷ ୬ ହଜାର ୩୨୯ ସଂକ୍ରମିତ ଓ ୯୯ ହଜାର ୪୮୦ ମୃତ, ଋଷିଆରେ ୪୬ ଲକ୍ଷ ୫୭ ହଜାର ୮୮୩ ସଂକ୍ରମିତ ଓ ୧ଲକ୍ଷ ୩ ହଜାର ୬୦୧ ଜଣ ମୃତ, ୟୁକେରେ ୪୩ ଲକ୍ଷ ୭୫ ହଜାର ୮୧୪ ସଂକ୍ରମିତ ଓ ୧ ଲକ୍ଷ ୨୭ ହଜାର ୧୨୩ ମୃତ, ତୁର୍କୀରେ ୩୯ ଲକ୍ଷ ୬୨ ହଜାର ୭୬୦ ସଂକ୍ରମିତ ଓ ୩୪ ହଜାର ୪୫୫ ମୃତ, ଇଟାଲିରେ ୩୭ ଲକ୍ଷ ୯୩ ହଜାର ୩୩ ସଂକ୍ରମିତ ଓ ୧ଲକ୍ଷ ୧୫ ହଜାର ୮୮ମୃତ, ସ୍ପେନରେ ୩୩ ଲକ୍ଷ ୭୬ ହଜାର ୫୪୮ ସଂକ୍ରମିତ ଓ ୭୬ ହଜାର ୬୨୬ ମୃତ, ଜର୍ମାନୀରେ ୩୦ ଲକ୍ଷ ୩୧ ହଜାର ୮୩୬ ସଂକ୍ରମିତ ଓ ୭୯ ହଜାର ୪୦୮ମୃତ, ପୋଲାଣ୍ଡରେ ୨୫ ଲକ୍ଷ ୯୯ ହଜାର ୮୫୦ ସଂକ୍ରମିତ ଓ ୫୯ ହଜାର ୧୨୬ ମୃତ ରହିଛନ୍ତି ।