ବିଶ୍ୱରେ ଆଉ ୫ଲକ୍ଷ ୨୯ହଜାର ୫୨୦ଜଣ ସଂକ୍ରମିତ ଓ ୯ହଜାର ୪୩୪ ଜଣଙ୍କର ମୃତ
ନୂଆଦିଲ୍ଲୀ : ବିଶ୍ୱର ୨୧୯ ଦେଶର କାୟା ମେଲାଉଛି ମହାମାରୀ କରୋନା । ଏହାରି ମଧ୍ୟରେ ବିଦେଶୀ ରାଷ୍ଟ୍ର ଗୁଡିକରେ ପୁଣି କରୋନା ସଂକ୍ରମଣ ବଢ଼ିଚାଲିଛି । କରୋନା ଭାଇରସର ଅନ୍ୟ ଏକ ଷ୍ଟ୍ରେନ ଦେଖାଯିବା ପରେ ଭାରତ, ଇଂଲଣ୍ଡ, ଫ୍ରାନ୍ସ, ବ୍ରିଟେନ, ଦକ୍ଷିଣ ଆଫ୍ରିକା ଓ ନାଇଜେରିଆ ସମେତ ବିଶ୍ୱବାସୀ ଚିନ୍ତା ପ୍ରକଟ କରିଛନ୍ତି । ସୋମବାର ଗତ ୨୪ ଘଣ୍ଟା ମଧ୍ୟରେ ୫ଲକ୍ଷ ୨୯ହଜାର ୫୨୦ଜଣ ସଂକ୍ରମିତ ହୋଇଥିବାବେଳେ ୯ହଜାର ୪୩୪ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ୱାଲଡୋମିଟର ୱେବସାଇଟ୍ ରିପୋର୍ଟରେ ପ୍ରକାଶ ପାଇଛି । ଏହାକୁ ମିଶାଇ ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୬କୋଟି ୩୭ଲକ୍ଷ ୮୮୦ ଓ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୩ଲକ୍ଷ ୯୨ହଜାର ୭୯୮ଜଣକୁ ବୃଦ୍ଧି ପାଇଛି । ସେହିପରି କରୋନାରୁ ୧୪କୋଟି ୩୩ଲକ୍ଷ ୭ହଜାର ୩୦୫ ସୁସ୍ଥ ହୋଇ ଥିବାବେଳେ ୧କୋଟି ୭୦ଲକ୍ଷ ୩୦୫ ଜଣ ସକ୍ରିୟ ମାମଲା ରହିଛି ।
ସୂଚନା ଯେ, ଆମେରିକାରେ ୩କୋଟି ୩୭ଲକ୍ଷ ୧୩ହଜାର ୪୩୮ ସଂକ୍ରମିତ ଓ ୬ଲକ୍ଷ ୧୪୫ ଜଣ ମୃତ ଥିବାବେଳେ ବ୍ରାଜିଲରେ ୧କୋଟି ୫୬ଲକ୍ଷ ୨୭ ହଜାର ୪୭୫ସଂକ୍ରମିତ ଓ ୪ଲକ୍ଷ ୩୫ହଜାର ୮୨୩ମୃତ, ଫ୍ରାନ୍ସରେ ୫୮ ଲକ୍ଷ ୭୭ ହଜାର ୭୮୭ ସଂକ୍ରମିତ ଓ ୧ ଲକ୍ଷ ୭ ହଜାର ୬୧୬ ମୃତ, ତୁର୍କୀରେ ୫୧ ଲକ୍ଷ ୧୭ ହଜାର ୩୭୪ ସଂକ୍ରମିତ ଓ ୪୪ ହଜାର ୭୬୦ ମୃତ, ଋଷିଆରେ ୪୯ ଲକ୍ଷ ୪୦ ହଜାର ୨୪୫ ସଂକ୍ରମିତ ଓ ୧ଲକ୍ଷ ୧୫ ହଜାର ୮୭୧ଜଣ ମୃତ, ୟୁକେରେ ୪୪ ଲକ୍ଷ ୫୦ ହଜାର ୭୭୭ ସଂକ୍ରମିତ ଓ ୧ ଲକ୍ଷ ୨୭ ହଜାର ୬୭୯ ମୃତ, ଇଟାଲିରେ ୪୧ ଲକ୍ଷ ୫୯ ହଜାର ୧୨୨ ସଂକ୍ରମିତ ଓ ୧ଲକ୍ଷ ୨୪ ହଜାର ୧୫୬ମୃତ, ସ୍ପେନରେ ୩୬ ଲକ୍ଷ ୪ ହଜାର ୭୯୯ ସଂକ୍ରମିତ ଓ ୭୯ ହଜାର ୩୩୯ ମୃତ, ଜର୍ମାନୀରେ ୩୬ ଲକ୍ଷ ୨ ହଜାର ୯୩୯ ସଂକ୍ରମିତ ଓ ୮୬ ହଜାର ୭୩୧ମୃତ, ଆର୍ଜେଣ୍ଟିନାରେ ୩୩ ଲକ୍ଷ ୨ ହଜାର ୯୩୯ ସଂକ୍ରମିତ ଓ ୭୦ ହଜାର ୫୨୨ ମୃତ ରହିଛନ୍ତି ।