ବିଶ୍ୱରେ ଆଉ ୬ଲକ୍ଷ ୯୩ହଜାର ୫୧ ସଂକ୍ରମିତ ଓ ୧୨ହଜାର ୮୫୬ ମୃତ
ନୂଆଦିଲ୍ଲୀ : ବିଶ୍ୱର ୨୧୯ ଦେଶର କାୟା ମେଲାଉଛି ମହାମାରୀ କରୋନା । ଏହାରି ମଧ୍ୟରେ ବିଦେଶୀ ରାଷ୍ଟ୍ର ଗୁଡିକରେ ପୁଣି କରୋନା ସଂକ୍ରମଣ ବଢ଼ିଚାଲିଛି । କରୋନା ଭାଇରସର ଅନ୍ୟ ଏକ ଷ୍ଟ୍ରେନ ଦେଖାଯିବା ପରେ ଭାରତ, ଇଂଲଣ୍ଡ, ଫ୍ରାନ୍ସ, ବ୍ରିଟେନ, ଦକ୍ଷିଣ ଆଫ୍ରିକା ଓ ନାଇଜେରିଆ ସମେତ ବିଶ୍ୱବାସୀ ଚିନ୍ତା ପ୍ରକଟ କରିଛନ୍ତି । ବୁଧବାର ଗତ ୨୪ ଘଣ୍ଟା ମଧ୍ୟରେ ୬ଲକ୍ଷ ୯୩ହଜାର ୫୧ ଜଣ ସଂକ୍ରମିତ ହୋଇଥିବାବେଳେ ୧୨ହଜାର ୮୫୬ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ୱାଲଡୋମିଟର ୱେବସାଇଟ୍ ରିପୋର୍ଟରେ ପ୍ରକାଶ ପାଇଛି । ଏହାକୁ ମିଶାଇ ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୬କୋଟି ୩ଲକ୍ଷ ୨ହଜାର ୯୧୨ ଓ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୩ଲକ୍ଷ ୩୦ହଜାର ୨୯୧ଜଣକୁ ବୃଦ୍ଧି ପାଇଛି । ସେହିପରି କରୋନାରୁ ୧୩କୋଟି ୯୦ଲକ୍ଷ ୧୮ହଜାର ୯୭୬ ସୁସ୍ଥ ହୋଇ ଥିବାବେଳେ ୧କୋଟି ୭୯ଲକ୍ଷ ୬୮ହଜାର ୫୩ ଜଣ ସକ୍ରିୟ ମାମଲା ରହିଛି ।
ସୂଚନା ଯେ, ଆମେରିକାରେ ୩କୋଟି ୩୫ଲକ୍ଷ ୪୮ହଜାର ୯୭ ସଂକ୍ରମିତ ଓ ୫ଲକ୍ଷ ୯୬ହଜାର ୯୨୬ ଜଣ ମୃତ ଥିବାବେଳେ ବ୍ରାଜିଲରେ ୧କୋଟି ୫୨ଲକ୍ଷ ୮୫ ହଜାର ୪୮ସଂକ୍ରମିତ ଓ ୪ଲକ୍ଷ ୨୫ହଜାର ୭୧୧ମୃତ, ଫ୍ରାନ୍ସରେ ୫୮ ଲକ୍ଷ ୦୦ ହଜାର ୧୭୦ ସଂକ୍ରମିତ ଓ ୧ ଲକ୍ଷ ୬ ହଜାର ୯୩୫ ମୃତ, ତୁର୍କୀରେ ୫୦ ଲକ୍ଷ ୫୯ ହଜାର ୪୩୩ ସଂକ୍ରମିତ ଓ ୪୩ ହଜାର ୫୮୯ ମୃତ, ଋଷିଆରେ ୪୮ ଲକ୍ଷ ୯୬ ହଜାର ୮୪୨ ସଂକ୍ରମିତ ଓ ୧ଲକ୍ଷ ୧୩ ହଜାର ୯୭୬ଜଣ ମୃତ, ୟୁକେରେ ୪୪ ଲକ୍ଷ ୩୯ ହଜାର ୬୯୧ ସଂକ୍ରମିତ ଓ ୧ ଲକ୍ଷ ୨୭ ହଜାର ୬୨୯ ମୃତ, ଇଟାଲିରେ ୪୧ ଲକ୍ଷ ୨୩ ହଜାର ୨୩୦ ସଂକ୍ରମିତ ଓ ୧ଲକ୍ଷ ୨୩ ହଜାର ୨୮୮ମୃତ, ସ୍ପେନରେ ୩୫ ଲକ୍ଷ ୮୬ ହଜାର ୩୩୩ ସଂକ୍ରମିତ ଓ ୭୯ ହଜାର ୧୦୦ ମୃତ, ଜର୍ମାନୀରେ ୩୫ ଲକ୍ଷ ୪୪ ହଜାର ୩୧୫ ସଂକ୍ରମିତ ଓ ୮୫ ହଜାର ୭୫୭ମୃତ, ଆର୍ଜେଣ୍ଟିନାରେ ୩୧ ଲକ୍ଷ ୯୧ ହଜାର ୯୭ ସଂକ୍ରମିତ ଓ ୬୮ ହଜାର ୩୧୧ ମୃତ ରହିଛନ୍ତି ।