ରାଜ୍ୟରେ ଆଉ ୧,୩୧୫ କରୋନା ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ଜୁନ ପରେ ଜୁଲାଇ ଏବଂ ଏବେ ଅଗଷ୍ଟ ମଧ୍ୟ ଆଣିଦେଉଛି ଆଶ୍ୱସ୍ତିକର ଖବର । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ତଳକୁ ଖସୁଛି । ଏହାରି ମଧ୍ୟରେ ଶୁକ୍ରବାର ୩୦ଟି ଜିଲା ଏବଂ ରାଜ୍ୟ ପୁଲରୁ ଆଉ ୧ହଜାର ୨୦୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୭୦୨ ଓ ସ୍ଥାନୀୟ ଅଞ୍ଚଳରୁ ୫୦୬ ଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ଲକ୍ଷ ୮୪ହଜାର ୭୩୧କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ୫୫ ଜଣ ଥିବାବେଳେ ବାଲେଶ୍ୱରରୁ ୬୩ଜଣ, ବରଗଡ଼ରୁ ୫ଜଣ, ଭଦ୍ରକରୁ ୨୨ଜଣ, ବଲାଙ୍ଗୀରରୁ ୫ଜଣ, କଟକରୁ ୧୭୩ଜଣ, ଦେଓଗଡ଼ରୁ ୫ଜଣ, ଢେଙ୍କାନାଳରୁ ୧୫ଜଣ, ଗଜପତିରୁ ୧ଜଣ, ଗଞ୍ଜାମରୁ ୧୨ଜଣ, ଜଗତସିଂହପୁରରୁ ୬୦ଜଣ, ଯାଜପୁରରୁ ୫୭ଜଣ, କଳାହାଣ୍ଡିରୁ ୨ଜଣ, କନ୍ଧମାଳରୁ ୧୬ଜଣ, କେନ୍ଦ୍ରାପଡ଼ାରୁ ୩୨ଜଣ, କେନ୍ଦୁଝରରୁ ୧୬ଜଣ, ଖୋର୍ଦ୍ଧାରୁ ୩୯୯ଜଣ, କୋରାପୁଟରୁ ୨ଜଣ, ମାଲକାନାଗିରିରୁ ୪ଜଣ, ମୟୁରଭଞ୍ଜରୁ ୩୩ଜଣ, ନବରଙ୍ଗପୁରରୁ ୪ଜଣ, ନୟାଗଡ଼ରୁ ୨୫ଜଣ, ନୂଆପଡ଼ା ଜିଲ୍ଲାରୁ ୨ଜଣ, ପୁରୀରୁ ୫୮ଜଣ, ରାୟଗଡ଼ାରୁ ୮ଜଣ, ସମ୍ବଲପୁରରୁ ୨୪ଜଣ, ସୋନପୁରରୁ ୩ଜଣ, ସୁନ୍ଦରଗଡ଼ରୁ ୨୦ଜଣ ଓ ରାଜ୍ୟ ପୁଲରୁ ୮୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୂଚନା ଯେ, ରାଜ୍ୟରେ ବର୍ତମାନ ସୁଦ୍ଧା ମୋଟ୍ ୯,୮୪,୭୩୧ ଜଣ କରୋ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୯,୬୫,୩୭୦ ଜଣ ସୁସ୍ଥ ହୋଇଥିବା ବେଳେ ୧୩,୦୦୬ ଜଣ ସକ୍ରିୟ ମାମଲା ରହିଛି । ସେହିପରି ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୬୪୨୪୬୪୫ ସାମ୍ପୁଲ ଟେଷ୍ଟ୍ ହୋଇଛି ।