ରାଜ୍ୟରେ କମୁଛି କରୋନା : ଆଉ ୮,୮୩୯ ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ଜୁନ ଆଣିଦେଉଛି ଆଶ୍ୱସ୍ତିକର ଖବର । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି । ଏହାରି ମଧ୍ୟରେ ଗୁରୁବାର ୩୦ଟି ଜିଲା ଏବଂ ରାଜ୍ୟ ପୁଲରୁ ଆଉ ୮ହଜାର ୮୩୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୪ହଜାର ୯୪୮ ଓ ସ୍ଥାନୀୟ ଅଞ୍ଚଳରୁ ୩ହଜାର ୮୯୧ ଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ଲକ୍ଷ ୯୦ହଜାର ୯୭୦କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ୪୧୪ଜଣ ଥିବାବେଳେ ବାଲେଶ୍ୱରରୁ ୩୯୫ଜଣ, ବରଗଡ଼ରୁ ୧୯୩ଜଣ, ଭଦ୍ରକରୁ ୪୧୯ଜଣ, ବଲାଙ୍ଗୀରରୁ ୮୯ଜଣ, ବୌଦ୍ଧରୁ ୧୭୯ଜଣ, କଟକରୁ ୭୬୯ଜଣ, ଦେଓଗଡ଼ରୁ ୮୪ଜଣ, ଢେଙ୍କାନାଳରୁ ୫୧୦ଜଣ, ଗଜପତିରୁ ୫୨ଜଣ, ଗଞ୍ଜାମରୁ ୧୯୬ଜଣ, ଜଗତସିଂହପୁରରୁ ୩୧୭ଜଣ, ଯାଜପୁରରୁ ୪୯୩ଜଣ, ଝାରସୁଗୁଡ଼ାରୁ ୧୨୧ଜଣ, କଳାହାଣ୍ଡିରୁ ୧୪୫ଜଣ, କନ୍ଧମାଳରୁ ୫୮ଜଣ, କେନ୍ଦ୍ରାପଡ଼ାରୁ ୩୦୨ଜଣ, ଖୋର୍ଦ୍ଧାରୁ ୧୨୩୫ଜଣ, କୋରାପୁଟରୁ ୯୯ଜଣ, ମାଲକାନଗିରିରୁ ୮୫ଜଣ, ମୟୁରଭଞ୍ଜରୁ ୫୮୩ଜଣ, ନବରଙ୍ଗପୁରରୁ ୧୨୯ଜଣ, ନୟାଗଡ଼ରୁ ୨୪୬ଜଣ, ନୂଆପଡ଼ାରୁ ୩୪ଜଣ, ପୁରୀରୁ ୪୩୮ଜଣ, ରାୟଗଡ଼ାରୁ ୨୧୬ଜଣ, ସମ୍ବଲପୁରରୁ ୧୯୪ଜଣ, ସୋନପୁରରୁ ୧୧୮ଜଣ, ସୁନ୍ଦରଗଡ଼ରୁ ୩୩୮ଜଣ ଏବଂ ରାଜ୍ୟ ପୁଲ୍ରୁ ୨୦୦ ଜଣ ରହିଛନ୍ତି । ସୂଚନା ଯେ, ରାଜ୍ୟରେ ବର୍ତମାନ ସୁଦ୍ଧା ମୋଟ୍ ୭,୯୦,୯୭୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୭,୦୨,୬୨୧ଜଣ ସୁସ୍ଥ ହୋଇଥିବା ବେଳେ ୮୫ହଜାର ୪୨୩ଜଣ ସକ୍ରିୟ ମାମଲା ରହିଛି ।