ବିଗୁଡୁଛି ରାଜ୍ୟର ସ୍ଥିତି : ୧୦,୭୫୭ କରୋନା ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ବଢିବାରେ ଲାଗିଛି । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି । ଲଗାତର ଦୈନିକ ସଂକ୍ରମିତଙ୍କ ସଖ୍ୟା ବୃଦ୍ଧି ପାଉଛି । ଏହାରି ମଧ୍ୟରେ ସୋମବାର ୩୦ଟି ଜିଲା ଏବଂ ରାଜ୍ୟ ପୁଲରୁ ଆଉ ୧୦ହଜାର ୭୫୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୬ହଜାର ୦୨୪ ଓ ସ୍ଥାନୀୟ ଅଞ୍ଚଳରୁ ୪ହଜାର ୭୩୩ଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ଲକ୍ଷ ୨୨ହଜାର ୯୮୧କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ୬୦୬ଜଣ ଥିବାବେଳେ ବାଲେଶ୍ୱର ଜିଲ୍ଲାରୁ ୩୫୪ଜଣ, ବରଗଡ଼ ଜିଲ୍ଲାରୁ ୪୦୪ଜଣ, ଭଦ୍ରକ ଜିଲ୍ଲାରୁ ୪୪୩ଜଣ, ବଲାଙ୍ଗୀର ଜିଲ୍ଲାରୁ ୫୦୭ଜଣ, ବୌଦ୍ଧ ଜିଲ୍ଲାରୁ ୧୩୩ଜଣ, କଟକ ଜିଲ୍ଲାରୁ ୯୭୩ଜଣ, ଦେଓଗଡ଼ ଜିଲ୍ଲାରୁ ୧୦୨ଜଣ, ଢେଙ୍କାନାଳ ଜିଲ୍ଲାରୁ ୨୮୯ଜଣ, ଗଜପତି ଜିଲ୍ଲାରୁ ୧୪୧ଜଣ, ଗଞ୍ଜାମ ଜିଲ୍ଲାରୁ ୨୦୯ଜଣ, ଜଗତସିଂହପୁର ଜିଲ୍ଲାରୁ ୨୦୯ଜଣ, ଜଗତସିଂହପୁର ଜିଲ୍ଲାରୁ ୨୧୯ଜଣ, ଯାଜପୁର ଜିଲ୍ଲାରୁ ୨୮୧ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୩୮୮ଜଣ, କଳାହାଣ୍ଡି ଜିଲ୍ଲାରୁ ୧୨୫ଜଣ, କନ୍ଧମାଳ ଜିଲ୍ଲାରୁ ୮୭ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୪୮ଜଣ, କେନ୍ଦୁଝର ଜିଲ୍ଲାରୁ ୨୦୮ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୯୦୯ଜଣ, କୋରପୁଟ ଜିଲ୍ଲାରୁ ୨୮୨ଜଣ, ମାଲକାନଗିରି ଜିଲ୍ଲାରୁ ୧୨୩ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୪୫୪ଜଣ, ନବରଙ୍ଗପୁର ଜିଲ୍ଲାରୁ ୩୮୬ଜଣ, ନୟାଗଡ଼ ଜିଲ୍ଲାରୁ ୨୨୭ଜଣ, ନୂଆପଡ଼ା ଜିଲ୍ଲାରୁ ୫୦୨ଜଣ, ପୁରୀ ଜିଲ୍ଲାରୁ ୩୫୦ଜଣ, ରାୟଗଡ଼ା ଜିଲ୍ଲାରୁ ୧୩୬ଜଣ, ସମ୍ବଲପୁର ଜିଲ୍ଲାରୁ ୪୯୪ଜଣ, ସୋନପୁର ଜିଲ୍ଲାରୁ ୨୪୫ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୮୩୨ଜଣ ଏବଂ ରାଜ୍ୟ ପୁଲ୍ରୁ ୨୦୦ ଜଣ ରହିଛନ୍ତି । ସୂଚନା ଯେ, ରାଜ୍ୟରେ ବର୍ତମାନ ସୁଦ୍ଧା ମୋଟ୍ ୬,୨୨,୯୮୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୫,୧୪,୫୩୨ଜଣ ସୁସ୍ଥ ହୋଇଥିବା ବେଳେ ୧ଲକ୍ଷ ୦୬ହଜାର ୦୬୧ଜଣ ସକ୍ରିୟ ମାମଲା ରହିଛି ।