ବିଗୁଡ଼ିଛି ରାଜ୍ୟର ସ୍ଥିତି : ୩୧୦୮ କରୋନା ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ବଢିବାରେ ଲାଗିଛି । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି । ଲଗାତର ଦୈନିକ ସଂକ୍ରମିତଙ୍କ ସଖ୍ୟା ବୃଦ୍ଧି ପାଉଛି । ଏହାରି ମଧ୍ୟରେ ଶୁକ୍ରବାର ୩୦ଟି ଜିଲା ଏବଂ ରାଜ୍ୟ ପୁଲରୁ ଆଉ ୩୧୦୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୮୦୬ ଓ ସ୍ଥାନୀୟ ଅଞ୍ଚଳରୁ ୧୩୦୨ଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୬୧ହଜାର ୪୫୦କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୫୩୪ ଜଣ ଥିବାବେଳେ ସୁନ୍ଦରଗଡ଼ରୁ ୫୨୩ ଜଣ, କଟକରୁ ୧୬୩ ଜଣ, ନବରଙ୍ଗପୁରରୁ ୧୫୬ ଜଣ, ସମ୍ବଲପୁରରୁ ୧୫୩ ଜଣ, ବାଲେଶ୍ୱରରୁ ୧୫୧ ଜଣ, ନୂଆପଡ଼ାରୁ ୧୪୦ ଜଣ, ବଲାଙ୍ଗୀରରୁ ୧୩୩ ଜଣ, ବରଗଡ଼ରୁ ୧୩୨ ଜଣ, ପୁରୀରୁ ୧୧୪ ଜଣ, କେନ୍ଦୁଝରରୁ ୧୦୫ ଜଣ, ଝାରସୁଗୁଡ଼ାରୁ ୮୯ ଜଣ, ଯାଜପୁରରୁ ୭୫ ଜଣ, ମୟୂରଭଞ୍ଜରୁ ୭୧ ଜଣ, ଗଞ୍ଜାମ ଓ କଳାହାଣ୍ଡି ଜିଲ୍ଲାରୁ ୫୫ ଜଣ ଲେଖାଏଁ, ଭଦ୍ରକରୁ ୫୩ ଜଣ, ଅନୁଗୁଳରୁ ୪୪ ଜଣ, ସୋନପୁରରୁ ୪୨ ଜଣ, ରାୟଗଡ଼ାରୁ ୩୮ ଜଣ, ଜଗତସିଂହପୁରରୁ ୨୯ ଜଣ, କୋରାପୁଟରୁ ୨୩ ଜଣ, କେନ୍ଦ୍ରାପଡ଼ାରୁ ୨୨ ଜଣ, ଦେବଗଡ଼ରୁ ୧୯ ଜଣ, ଗଜପତିରୁ ୧୮ ଜଣ, ଢ଼େଙ୍କାନାଳାରୁ ୧୬ ଜଣ, ନୟାଗଡ଼ରୁ ୧୫ ଜଣ, କନ୍ଧମାଳରୁ ୧୦ ଜଣ, ବୌଦ୍ଧରୁ ୯ ଜଣ, ମାଲକାନଗିରିରୁ ୩ ଏବିଂ ରାଜ୍ୟ ପୁଲ୍ରୁ ୧୧୮ଜଣ ରହିଛନ୍ତି । ସୂଚନା ଯେ, ରାଜ୍ୟରେ ବର୍ତମାନ ସୁଦ୍ଧା ମୋଟ୍ ୩,୬୧,୪୫୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୧୬,୮୮୯ ଜଣ ସକ୍ରିୟ ମାମଲା ରହିଥିବା ବେଳେ ୩,୪୨,୫୭୦ଜଣ ସୁସ୍ଥ ହୋଇଛନ୍ତି ।