ବିଗୁଡ଼ିଛି ରାଜ୍ୟର ସ୍ଥିତି : ୨୨୬୭ କରୋନା ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ବଢିବାରେ ଲାଗିଛି । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି । ଲଗାତର ଦୈନିକ ସଂକ୍ରମିତଙ୍କ ସଖ୍ୟା ବୃଦ୍ଧି ପାଉଛି । ଏହାରି ମଧ୍ୟରେ ବୁଧବାର ୨୯ଟି ଜିଲା ଏବଂ ରାଜ୍ୟ ପୁଲରୁ ଆଉ ୨୨୬୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୩୧୪ ଓ ସ୍ଥାନୀୟ ଅଞ୍ଚଳରୁ ୯୫୩ ଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୫୫ହଜାର ୩୫୩କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ୪୮ଜଣ ଥିବାବେଳେ ବାଲେଶ୍ୱରରୁ ୬୭ଜଣ, ବରଗଡ଼ରୁ ୧୨୦ଜଣ, ଭଦ୍ରକରୁ ୨୮ଜଣ, ବଲାଙ୍ଗୀରରୁ ୯୩ଜଣ, କଟକରୁ ୧୧୭ଜଣ, ଦେଓଗଡ଼ରୁ ୧୨ଜଣ, ଢେଙ୍କାନାଳରୁ ୫ଜଣ, ଗଜପତିରୁ ୩୧ଜଣ, ଗଞ୍ଜାମରୁ ୭୦ଜଣ, ଜଗତସିଂହପୁରରୁ ୩୫ଜଣ, ଯାଜପୁରରୁ ୫୨ଜଣ, ଝାରସୁଗୁଡ଼ାରୁ ୫୫ଜଣ, କଳାହାଣ୍ଡିରୁ ୩୪ଜଣ, କନ୍ଧମାଳରୁ ୧୨ଜଣ, କେନ୍ଦ୍ରାପଡ଼ାରୁ ୧୨ଜଣ, କେନ୍ଦୁଝରରୁ ୫୫ଜଣ, ଖୋର୍ଦ୍ଧାରୁ ୩୪୮ଜଣ, କୋରାପୁଟରୁ ୧୨ଜଣ, ମାଲକାନଗିରିରୁ ୨ଜଣ, ମୟୁରଭଞ୍ଜରୁ ୬୦ଜଣ, ନବରଙ୍ଗପୁରରୁ ୧୦୪ଜଣ, ନୟାଗଡ଼ରୁ ୧୯ଜଣ, ନୂଆପଡ଼ାରୁ ୧୦୪ଜଣ, ପୁରୀରୁ ୭୦ଜଣ, ରାୟଗଡ଼ାରୁ ୨୭ଜଣ, ସମ୍ବଲପୁରରୁ ୧୨୦ଜଣ, ସୋନପୁରରୁ ୧୬ଜଣ, ସୁନ୍ଦରଗଡ଼ରୁ ୪୫୮ଜଣ ଏବିଂ ରାଜ୍ୟ ପୁଲ୍ରୁ ୮୧ଜଣ ରହିଛନ୍ତି । ସୂଚନା ଯେ, ରାଜ୍ୟରେ ବର୍ତମାନ ସୁଦ୍ଧା ମୋଟ୍ ୩,୫୫,୩୫୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୧୨୨୪୪ ଜଣ ସକ୍ରିୟ ମାମଲା ରହିଥିବା ବେଳେ ୩,୪୧,୧୨୩ଜଣ ସୁସ୍ଥ ହୋଇଛନ୍ତି ।