ରାଜ୍ୟରେ ଖସୁଛି ସଂକ୍ରମଣ, ଆଉ ୧୫୩୯ କରୋନା ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ଧୀରେଧୀରେ କମିବାରେ ଲାଗିଛି ଦୈନିକ କୋଭିଡ୍ ସଂକ୍ରମଣ । ଗୋଟିଏ ପଟେ ସଂକ୍ରମଣ କମୁଥିବା ବେଳେ ଅନ୍ୟପଟେ ଦୈନିକ ମୃତ୍ୟୁସଂଖ୍ୟା ଚିନ୍ତା ବଢ଼ାଉଛି । କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଚିହ୍ନଟ ହେବା ପରେ ସଂକ୍ରମଣ ହଠାତ୍ ଉଦ୍ଧ୍ୱର୍ମୁଖୀ ହେବାରେ ଲାଗିଥିଲା । ମାତ୍ର ଫେବୃଆରୀ ମାସ ଆରମ୍ଭରୁ ପୁଣି ସଂକ୍ରମଣ କମିବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ଗତ ୨୪ ଘଣ୍ଟା ମଧ୍ୟରେ ୧୫୩୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୭୬୧୧୪ ଜଣକୁ ବୃଦ୍ଧି ପାଇଛି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୮୯୭ ଜଣ କ୍ୱାରେଣ୍ଟାଇନ୍ରୁ ରହିଥିବା ବେଳେ ୬୪୨ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୩୪୨ଜଣ ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି ।
ଚିହ୍ନଟ ନୂଆ ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ୧୧୯ଜଣ ଥିବାବେଳେ ବାଲେଶ୍ୱରରୁ ୪୦, ବରଗଡ଼ରୁ ୨୩, ଭଦ୍ରକରୁ ୨୫, ବଲାଙ୍ଗୀରରୁ ୧୦, ବୌଦ୍ଧରୁ ୨୭, କଟକରୁ ୮୫, ଦେଓଗଡ଼ରୁ ୩୭, ଢେଙ୍କାନାଳରୁ ୧୧, ଗଜପତିରୁ ୪୪, ଗଞ୍ଜାମରୁ ୫୫, ଜଗତସିଂହପୁରରୁ ୩୫, ଯାଜପୁରରୁ ୫୦, ଝାରସୁଗୁଡ଼ାରୁ ୨୩, କଳାହାଣ୍ଡିରୁ ୩୫, କନ୍ଧମାଳରୁ ୨୦, କେନ୍ଦ୍ରାପଡ଼ାରୁ ୩୮, କେନ୍ଦୁଝରରୁ ୫୩, ଖୋର୍ଦ୍ଧାରୁ ୨୨୩, କୋରାପୁଟରୁ ୭୨, ମାଲକାନଗିରିରୁ ଜଣେ, ମୟୁରଭଞ୍ଜରୁ ୫୩, ନବରଙ୍ଗପୁରରୁ ୩୨, ନୟାଗଡ଼ରୁ ୩୬, ନୂଆପଡ଼ାରୁ ୨୬, ପୁରୀରୁ ୩୩, ରାୟଗଡ଼ାରୁ ୭୫, ସମ୍ବଲପୁରରୁ ୬୫ଜଣ, ସୋନପୁରରୁ ୧୭, ସୁନ୍ଦରଗଡ଼ରୁ ୧୨୪ ଓ ରାଜ୍ୟ ପୁଲ୍ରୁ ୫୨ଜଣ ରହିଛନ୍ତି । ସୂଚନା ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୭୬୧୧୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୩୨୮୫ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୨୫୩୯୧୪ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୨୮୩୫୫୯୩୭ ସାମ୍ପୁଲ ଟେଷ୍ଟ୍ ହୋଇଛି ।