ରାଜ୍ୟରେ ଖସୁଛି କରୋନା ସଂକ୍ରମଣ, ୨୪ ଘଣ୍ଟାରେ ୧୭୧୨ ସଂକ୍ରମିତ ଚିହ୍ନଟ
![](https://thetruths.in/wp-content/uploads/2022/02/Odisha-Corona-3-1024x562.jpeg)
ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣର ତଳମୁହାଁ ଧାରା ଜାରି ରହିଛି । ଫଳରେ ଦୈନିକ ସଂକ୍ରମଣ ମାମଲା କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ରାଜ୍ୟରେ ପୁଣି ଦେଢ ହଜାର ତଳକୁ ଖସିଛି ଦୈନିକ କୋରୋନା ସଂକ୍ରମଣ । ଦିନକରେ ଚିହ୍ନଟ ହୋଇଛନ୍ତି ୧ ହଜାର ୪୮୦ ନୂଆ କୋରୋନା ଆକ୍ରାନ୍ତ । ସଙ୍ଗରୋଧରୁ ୮୬୨ ଓ ସ୍ଥାନୀୟ ଅଂଚଳରୁ ୬୧୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୩୩୪ ଜଣ ହେଉଛନ୍ତି ୧୮ ବର୍ଷରୁ କମ୍ ବୟସ୍କ ।
ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୬୩ ଥିବାବେଳେ ସୁନ୍ଦରଗଡରୁ ୧୩୯, କଟକରୁ ୧୩୩, ଯାଜପୁରରୁ ୭୩, ଅନୁଗୁଳ ୭୨, ନୟାଗଡରୁ ୫୯, କୋରାପୁଟରୁ ୫୮, ନୂଆପଡାରୁ ୫୭, କେନ୍ଦ୍ରାପଡାରୁ ୪୯, ରାୟଗଡାରୁ ୪୭, ଗଜପତିରୁ ୪୩, ଜଗତସିଂହପୁରରୁ ୪୩, କଳାହାଣ୍ଡିରୁ ୪୧, ମୟୂରଭଞ୍ଜରୁ ୪୦, ଝାରସୁଗୁଡାରୁ ୩୯, ବଲାଙ୍ଗିରରୁ ୩୭, ପୁରୀରୁ ୩୭, ବୌଦ୍ଧରୁ ୩୬, ନବରଙ୍ଗପୁରରୁ ୩୫, ବାଲେଶ୍ୱରରୁ ୩୪, କେନ୍ଦୁଝରରରୁ ୩୪, ଗଞ୍ଜାମରୁ ୨୭, ଦେବଗଡରୁ ୨୭, ସୋନପୁରରୁ ୨୭, ବରଗଡରୁ ୨୫, ସମ୍ବଲପୁରରୁ ୨୧, ଭଦ୍ରକରୁ ୨୦, ଢେଙ୍କାନାଳରୁ ୧୩, କନ୍ଧମାଳରୁ ୧୨, ମାଲକାନଗିରିରୁ ୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଷ୍ଟେଟପୁଲରୁ ୩୬ଟି ମାମଲା ରିପୋର୍ଟ ହୋଇଛି । ସୂଚନା ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୭୩୦୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୫୯୮୦ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୨୪୮୧୫୨ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୨୮୨୨୫୬୦୨ ସାମ୍ପୁଲ ଟେଷ୍ଟ୍ ହୋଇଛି ।