ରାଜ୍ୟର ଆଉ ୧ କରୋନା ଆକ୍ରାନ୍ତ ମୃତ
ଭୁବନେଶ୍ୱର : ରାଜ୍ୟରେ କରୋନା କୋପ ହ୍ରାସ ପାଉଛି । ପୂର୍ବପେକ୍ଷା ଏବେ ମୃତ୍ୟୁ ସଂଖ୍ୟାରେ ହ୍ରାସ ଘଟିଛି । ଯାହାଫଳରେ ଦୈନିକ ମୃତ୍ୟୁସଂଖ୍ୟା ସିଧାସଳଖ ୫ ତଳକୁ ଖସିଛି । ସେହି ଅନୁଯାୟୀ ଗତ ୨୪ ଘଂଟାରେ ରାଜ୍ୟରୁ କରୋନା ନେଇଛି ଜଣଙ୍କର ଜୀବନ । ଏହାପରେ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୮୪୨୪ ରେ ପହଞ୍ଚିଛି । ମୃତକ ଜଣଙ୍କ ଢେଙ୍କାନାଳ ଜିଲାର ବୋଲି ଜଣାପଡିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।