ରାଜ୍ୟରେ ଆଜିଠୁ ସକାଳୁଆ ସ୍କୁଲ, ସ୍କୁଲରେ ପାଣି ଓ ଓଆରଏସର ବ୍ୟବସ୍ଥା
ଭୁବନେଶ୍ୱର : ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଏହାକୁ ଦୃଷ୍ଟିରେ ରଖି ଆଜିଠୁ ହେବ ସକାଳୁଆ ସ୍କୁଲ ।ଖରାତାତିରୁ ବର୍ତ୍ତିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନ ପ୍ରାପ୍ତ ଓ ଘରୋଇ ସ୍କୁଲଗୁଡିକରେ ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କର ହେବ ସକାଳୁଆ କ୍ଲାସ୍। ସକାଳ ୭ରୁ ୧୧ଟା ୩୦ ଯାଏ ହେବ ମର୍ଣ୍ଣିଂ କ୍ଲାସ୍।
ସ୍କୁଲରେ ଖରା ଦିନ ପାଇଁ ବିଭିନ୍ନ ପଦକ୍ଷେପ ନିଆଯିବ । ପାଣି ବ୍ୟବସ୍ଥା, ଓଆରଏସର ବ୍ୟବସ୍ଥା କରାଯିବ। ସେହିପରି ହିଟୱେଭ୍ ହେଲେ ପଦକ୍ଷେପ ନିଆଯିବ ବୋଲି ପ୍ରାଥମିକ ଶିକ୍ଷା ବିଭାଗ ନିର୍ଦ୍ଦେଶକ କହିଛନ୍ତି ।