ଦେଶରେ ଆଉ ୨୫,୧୬୬ କରୋନା ସଂକ୍ରମିତ ଚିହ୍ନଟ ଓ ୪୩୭ ମୃତ
ନୂଆଦିଲ୍ଲୀ : ଦେଶରେ ଦିନକୁ ଦିନ ଅଧିକ ନମୁନା ପରୀକ୍ଷଣ ସତ୍ତ୍ୱେ ସେହି ଅନୁସାରେ କମ୍ ସଂକ୍ରମିତ ଚିହ୍ନଟ ହେବା ମଧ୍ୟ ଆଶ୍ବସ୍ତିକର ବିଷୟ ହୋଇଛି। ଭାରତରେ କରୋନା ମହାମାରୀର ୨ୟ ଲହର ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି । ଦେଶରେ ଦୈନିକ ନୂଆ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ କମୁଥିବାବେଳେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା କମିଚାଲିଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୦ ହଜାର ତଳକୁ କମ୍ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଓ ମୃତ୍ୟୁସଂଖ୍ୟା ୪୦୦ ଟପିଛି । ଦେଶରେ ବର୍ତ୍ତମାନ ମୃତ୍ୟୁହାର ୧.୩୪% ଥିବାବେଳେ ସକ୍ରିୟ ଆକ୍ରାନ୍ତ ହାର ୧.୧୫% ଓ ଆରୋଗ୍ୟ ହାର ୯୭.୫୧% ରହିଛି । ୮୮,୧୩,୯୧୯ ଦିନକରେ ଟିକା ନେଇଥିବା ବେଳେ ମୋଟ ୫୫,୪୭,୩୦,୬୦୯ ଟିକା ନେଇ ସାରିଛନ୍ତି । ୨୪ ଘଣ୍ଟାରେ ଆଉ ୧୫,୬୩,୯୮୫ ନମୁନା ପରୀକ୍ଷା କରାଯାଇଥିବା ବେଳେ ମୋଟ ୪୯,୬୬,୨୯,୫୨୪ ନମୁନା ପରୀକ୍ଷା କରାଯାଇଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି ।
ମଙ୍ଗଳବାର ଗତ ୨୪ଘଣ୍ଟାରେ ୨୫ହଜାର ୧୬୬ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୩୭ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି । ସେହିପରି ଦିନକରେ ୩୬ହଜାର ୮୩୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩କୋଟି ୨୨ଲକ୍ଷ ୫୦ହଜାର ୬୭୯କୁ ବୃଦ୍ଧି ପାଇ ଥିବାବେଳେ ମୋଟ ମୃତ୍ୟୁ ସଂଖ୍ୟା ୪ଲକ୍ଷ ୩୨ହଜାର ୦୭୯ରେ ପହଞ୍ଚିଛି । ଅନ୍ୟପକ୍ଷରେ ୩କୋଟି ୧୪ଲକ୍ଷ ୪୮ହଜାର ୭୫୪ଜଣ ସୁସ୍ଥ ହୋଇଥିବା ବେଳେ ୩ଲକ୍ଷ ୬୯ହଜାର ୮୪୬ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି ।