ଦେଶରେ ଆଉ ୮,୭୭୪ କରୋନା ସଂକ୍ରମିତ ଚିହ୍ନଟ ଓ ୬୨୧ ମୃତ
ନୂଆଦିଲ୍ଲୀ : ଦେଶରେ ଦୈନିକ ସଂକ୍ରମଣ ସଂଖ୍ୟା ଉପର ତଳ ହେଉଛି । ସଂକ୍ରମଣ କମୁଛି ହେଲେ ମୃତ୍ୟୁରେ ଲାଗୁନି ବ୍ରେକ। କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ସଂଖ୍ୟା ମୁତାବକ ରବିବାର ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ମାତ୍ର ୮ହଜାର ୭୭୪ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୬୨୧ ଜଣଙ୍କର ମୃତ୍ୟୁ ହୋଇଛି । ଏପଟେ ପଜିଟିଭ ମାମଲା କମିବା ସହ ସୁସ୍ଥ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ଗୋଟିଏ ଦିନରେ ଦେଶରୁ ମୋଟ ୯ ହଜାର ୪୮୧ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟ ଅନୁଯାୟୀ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩କୋଟି ୪୫ଲକ୍ଷ ୭୨ହଜାର ୫୨୩ରେ ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା ୪ଲକ୍ଷ ୬୮ହଜାର ୫୫୪ରେ ପହଞ୍ଚିଛି । ଦେଶରେ ମୋଟ ୧ଲକ୍ଷ ୫ହଜାର ୬୯୧ଟି ସକ୍ରିୟ ମାମଲା ରହିଛି, ଯାହାକି ୫୪୩ ଦିନ ମଧ୍ୟରେ ସର୍ବନିମ୍ନ ଅଟେ । ଅନ୍ୟପଟେ ଦେଶବ୍ୟାପୀ ଏପର୍ଯ୍ୟନ୍ତ ୧୨୧କୋଟି ୯୪ଲକ୍ଷ ୭୧ହଜାର ୧୩୪ ଟୀକାକରଣ ସରିଥିବା ଜଣାପଡିଛି।