ଭୁବନେଶ୍ୱର : ୧୦୪୮ ପଜିଟିଭ୍, ୮୪୮ ସୁସ୍ଥ
ଭୁବନେଶ୍ୱର : ଶୁକ୍ରବାର ଦିନ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ଅଂଚଳରୁ ଆଉ ୧୦୪୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୧,୪୬୯ କୁ ବୃଦ୍ଧି ପାଇଛି । ଅପରପକ୍ଷରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ପାର୍ କରିଛି । ଆଜି ୧୫୧ ଜଣ କ୍ୱାରେଂଟାଇନ୍ ମାମଲା ରହିଥିବା ବେଳେ ୮୯୭ ଲୋକାଲ୍ କେସ ରହିଛନ୍ତି । ଅପରପକ୍ଷରେ ୨୪ ଘଂଟାରେ ୮୪୮ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି । ଏନେଇ ବିଏମ୍ସି ପକ୍ଷରୁ ଟ୍ୱିଟ୍ କରାଯାଇଛି ।
ଆଜି ଚିହ୍ନଟ ହୋଇଥିବା ୮୯୭ ଲୋକାଲ୍ କେସ ଭିତରୁ ସର୍ବାଧିକ ପଟିଆରୁ ୪୫ , ନୟାପଲ୍ଲୀରୁ ୪୪ , ଲକ୍ଷ୍ମୀସାଗରରୁ ୩୩ ,ଚନ୍ଦ୍ରଶେଖରପୁରରୁ ୩୨ ଜଣ , ଖଣ୍ଡଗିରିରୁ ୩୧, ବଡଗଡରୁ ୨୯, ଓଲ୍ଡଟାଉନ୍ ରୁ ୨୯ ଜଣ , ୟୁନିଟ୍ ୯ରୁ ୨୭, ସୁନ୍ଦରପଦାରୁ ୨୭, ୟୁନିଟ ୩ ରୁ ୨୫, ଶୈଳଶ୍ରୀବିହାରରୁ ୨୪, ନିଳାଦ୍ରୀବିହାରରୁ ୨୪, ବରମୁଣ୍ଡାରୁ ୨୩ ଆକ୍ରାନ୍ତ ରହିଛନ୍ତି । ସେହିପରି ପଟିଆରୁ ୧୩ , ଓଲ୍ଡ ଟାଉନ୍ ରୁ ୯ , ଚନ୍ଦ୍ରଶେଖରପୁରରୁ ୯ , ୟୁନିଟ୍ ୯ରୁ ୮ , ବରମୁଣ୍ଡାରୁ ୭ ଜଣ ଲେଖାଏଁ ଲୋକାଲ୍ କେସ ଚିହ୍ନଟ ହୋଇଛନ୍ତି । ବିଏମସିର ସୂଚନା ଅନୁଯାୟୀ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୧୪୯୬ କୁ ବୃଦ୍ଧି ପାଇଛି । ସେହିପରି ସୁସ୍ଥଙ୍କ ସଂଖ୍ୟା ୪୧୧୩୬ କୁ ବୃଦ୍ଧି ପାଇଛି । ଭୁବନେଶ୍ୱରରେ ଏବେ ୧୦୦୬୦ ଜଣ ସକ୍ରିୟ ଆକ୍ରାନ୍ତଙ୍କର ଚିକିତ୍ସା ଜାରି ଥିବା ବେଳେ ମୃତକଙ୍କ ସଂଖ୍ୟା ୨୭୯ ରହିଛି ।