ଭୁବନେଶ୍ୱର : ୧୧୫୧ ପଜିଟିଭ୍, ୮୯୬ ସୁସ୍ଥ
ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ଅଂଚଳରୁ ମଙ୍ଗଳବାର ଆଉ ୧୧୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିରୁ ୧୮୪ଜଣ କ୍ୱାରେଂଟାଇନ୍ ରୁ ରହିଥିବା ବେଳେ ୯୬୭ ଲୋକାଲ୍ କେସ ରହିଛନ୍ତି । ଅପରପକ୍ଷରେ ୨୪ ଘଂଟାରେ ୮୯୬ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି । ଏନେଇ ବିଏମ୍ସି ପକ୍ଷରୁ ଟ୍ୱିଟ୍ କରାଯାଇଛି ।
ବିଏମସିର ସୂଚନା ଅନୁସାରେ ଲୋକାଲ ଆକ୍ରାନ୍ତଙ୍କ ମଧ୍ୟରୁ ଓଲ୍ଡ ଟାଉନ୍ ରୁ ସର୍ବାଧିକ ୬୫ ଜଣ ,ପଟିଆରୁ ୬୪ଜଣ, ନୟାପଲ୍ଲୀରୁ ୫୩ ଜଣ, ବଡଗଡ, ଝାରପଡା ଓ ଡୁମଡୁମାରୁ ୩୭ ଲେଖାଏଁ, ଖଣ୍ଡଗିରିରୁ ୩୫, ସୁନ୍ଦରପଦାରୁ ୩୨, ଚନ୍ଦ୍ରଶେଖରପୁରରୁ ୨୫, ଲକ୍ଷ୍ମୀସାଗରର୨୪ ଜଣ, ପୋଖରୀପୁଟରୁ ୨୨, ଶୈଳଶ୍ରୀବିହାରରୁ ୨୧, ଜାଗମରାରୁ ୨୦ ଆକ୍ରାନ୍ତ ରହିଛନ୍ତି । ସେହିପରି ପଟିଆରୁ ୧୫, ନୟାପଲ୍ଲୀରୁ ୧୩, ଡୁମଡୁମାରୁ ୧୨, ଓଲ୍ଡଟାଉନ୍ ରୁ ୧୧, ବିଜେବି ନଗରରୁ ୭, ଶାସ୍ତ୍ରୀନଗର, ବଡଗଡ ଓ ଭୀମଟାଙ୍ଗୀରୁ ୬ ଜଣ ଲେଖାଏଁ କ୍ୱାରେଂଟାଇନ୍ ରୁ ଚିହ୍ନଟ ହୋଇଛନ୍ତି । ବିଏମସିର ସୂଚନା ଅନୁଯାୟୀ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୩୬୪୯ କୁ ବୃଦ୍ଧି ପାଇଛି । ସେହିପରି ସୁସ୍ଥଙ୍କ ସଂଖ୍ୟା ୫୧୦୫୬ କୁ ବୃଦ୍ଧି ପାଇଛି । ଭୁବନେଶ୍ୱରରେ ଏବେ ୧୨୨୭୩ ଜଣ ସକ୍ରିୟ ଆକ୍ରାନ୍ତଙ୍କର ଚିକିତ୍ସା ଜାରି ଥିବା ବେଳେ ମୃତକଙ୍କ ସଂଖ୍ୟା ୨୯୯ ରହିଛି ।