ବାଲେଶ୍ୱର : ୫୦୯ ସଂକ୍ରମିତ ଓ ୫୦୧ ସୁସ୍ଥ
ବାଲେଶ୍ୱର : ମହାମାରୀ କରୋନା ଦ୍ୱିତୀୟ ଲହରରେ ବାଲେଶ୍ୱର ଜିଲାରେ ଦିନକୁ ଦିନ ବଢ଼ୁଥିବା କରୋନା ସଂକ୍ରମଣକୁ ନେଇ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ବାଲେଶ୍ୱର ଜିଲାରେ ୫୦୯ଜଣ ସଂକ୍ରମିତ ହୋଇଛନ୍ତି । ସେହିପରି ୫୦୧ ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି ।
ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ବାଲେଶ୍ୱର ସହରର ସୁନହଟରୁ ୧୦ଜଣ, ଗୋପାଳଗାଁରୁ ୭ଜଣ, ଖଲାସୀମହଲାରୁ ୫ଜଣ, ନେଳିଆବାଗରୁ ୫ଜଣ, ସହଦେବଖୁଂଟାରୁ ୪ଜଣ, ତେଲେଙ୍ଗାସାହିରୁ ୪ଜଣ, ଆଇଟିଆଇ ଛକରୁ ୪ଜଣ, ବଟେଶ୍ୱରରୁ ୩ଜଣ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ୨ଜଣ, ଭାସ୍କରଗଞ୍ଜରୁ ୨ଜଣ, ଗୋଳାପୌଖରୀ ଅଂଚଳରୁ ୨ଜଣ, ପୋଷ୍ଟାଲ କଲୋନୀରୁ ୨ଜଣ, ମଛୁଆସାହିରୁ ୨ଜଣ, ଅଙ୍ଗାରଗଡିଆରୁ ୨ଜଣ, ଶ୍ରୀକଣ୍ଠପୁରରୁ ୨ଜଣଙ୍କ ସମେତ ଆଜିମାବାଦ, ବାରବାଟୀ, ଦାମୋଦରପୁର, ଜେଲ କଲୋନୀ, ମାନସିଂବଜାର, ମାଣିଖମ୍ବ, ମାକଲପୁର, ମଠସାହି, ମୋତିଗଞ୍ଜ, ପୋଲିସ ଲାଇନ, ରାଣୀପାଟଣା, ପୁରୁଣା ବାଲେଶ୍ୱର ଓ ସୁଏଲପୁର ପ୍ରଭୃତି ଅଞ୍ଚଳରୁ ଜଣେ ଲେଖାଏଁ ରହିଛନ୍ତି । ସେହିପରି ଜିଲ୍ଲାର ସଦର ବ୍ଲକରୁୁ ୨୨ଜଣ, ରେମୁଣା ବ୍ଲକରୁ ୧୯ଜଣ, ଖଇରା ବ୍ଲକରୁ ୪ଜଣ, ଜଳେଶ୍ୱର ବ୍ଲକରୁ ୮୫ଜଣ, ବାହାନଗା ବ୍ଲକରୁ ୩୦ଜଣ, ନୀଳଗିରି ବ୍ଲକରୁ ୫୨ଜଣ, ଔପଦା ବ୍ଲକରୁ ୪୨ଜଣ, ବାଲିଆପାଳ ବ୍ଲକରୁ ୯ଜଣ, ଭୋଗରାଇ ବ୍ଲକରୁ ୪୬ଜଣ, ସୋର ବ୍ଲକରୁ ୬୦ଜଣ ଓ ସିମୁଳିଆ ବ୍ଲକରୁ ୭୧ଜଣ ବ୍ୟକ୍ତିଙ୍କୁ ନୂଆ ସଂକ୍ରମିତ ଭାବେ ଚିହ୍ନଟ କରାଯାଇଛି । ଚିହ୍ନଟ ହୋଇଥିବା ସମସ୍ତେ ସ୍ଥାନୀୟ ସଂକ୍ରମିତ ଓ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ବାଲେଶ୍ୱର ସହରର ସୁନହଟରୁ ୧୦ଜଣ, ବାହାନଗା ବ୍ଲକର ବାରିକକପୁରରୁ ୮ଜଣ, ଭୋଗରାଇ ବ୍ଲକର ନାରାୟଣମହାନ୍ତି ପଡିଆରୁ ୮ଜଣ, ନହରାରୁ ୧୫ଜଣ, ଟୁକୁରୀହାଜିରାରୁ ୧୫ଜଣ, ଜଳେଶ୍ୱର ବ୍ଲକର ଆରୁହାରୁ ୧୧ ଜଣ, ସମ୍ପତିଆରୁ ୪୨ଜଣ, ନୀଳଗିରି ବ୍ଲକର ସାତଖାଳିଆରୁ ୧୫ଜଣ, ସିମୁଳିଆ ବ୍ଲକର ମଇତାପୁରରୁ ୨୨ଜଣ, ରାମବିନ୍ଧାରୁ ୧୪ଜଣ ଏକକାଳୀନ ସଂକ୍ରମିତ ହେବା ପରେ ସମ୍ପୃକ୍ତ ଅଞ୍ଚଳରେ ସଂକ୍ରମଣ ନିୟନ୍ତ୍ରଣ ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି । ବାଲେଶ୍ୱର ଜିଲାରେ ଅଦ୍ୟାବଧି ୨୧ ହଜାର,୫୪୨ ଜଣ ସଂକ୍ରମିତ ହୋଇଥିବା ବେଳେ ଏବେ ସୁଦ୍ଧା ୧୭,୨୪୨ ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟପକ୍ଷରେ ସକ୍ରିୟ ଥିବା ୪,୧୯୦ ଜଣଙ୍କ ମଧ୍ୟରୁ ୩୭୬୯ଜଣ ଗୃହ ସଙ୍ଗରୋଧରେ ଏବଂ ୩୭୪ ଜଣ ଜିଲାର କୋଭିଡ ହସପିଟାଲ ଓ କୋଭିଡ କେୟାର ସେଣ୍ଟରରେ ଚିକିତ୍ସିତ ହେଉଛନ୍ତି ।