ବାଲେଶ୍ୱର : ୪୦୮ ସଂକ୍ରମିତ, ୨୩୦ ସୁସ୍ଥ
ବାଲେଶ୍ୱର ବାଲେଶ୍ୱର ଜିଲାରେ କରୋନା ସଂକ୍ରମଣ ସ୍ଥିତି କ୍ରମଶଃ ଉପର ମୁହାଁ ହେବାରେ ଲାଗିଛି । ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗର ରିପୋର୍ଟ ଅନୁସାରେ ବୁଧବାର ଗତ ୨୪ ଘଣ୍ଟା ମଧ୍ୟରେ ଜିଲାର ୪୦୮ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଆଉ ୨୩୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
ଚିହ୍ନଟ ବ୍ୟକ୍ତିଙ୍କ ମଧ୍ୟରେ ଜିଲା ମୁଖ୍ୟ ଚିକିତ୍ସାଳୟରୁ ୯ଜଣଙ୍କ ସମେତ ସହରର ମଠସାହିରୁ ୭, ସୁନହଟରୁ ୫, ଅଙ୍ଗାରଗଡିଆରୁ ୩, ଗୋପାଳଗାଁରୁ ୩, ମୋତିଗଞ୍ଜରୁ ୩, ଭାସ୍କରଗଞ୍ଜରୁ ୨, ସହଦେବଖୁଣ୍ଟାରୁ ୨ ଏବଂ ବୈରାମନଗର, ଚିଡିଆପୋଲ, ଚୁନଭାଟି, ଆଇଟିଆଇ ଛକ, ଜେଲ ରୋଡ, ମିଶନ ପଡ଼ିଆ, ଶୋଭାରାମପୁର, ପୁରୁଣା ବାଲେଶ୍ୱର, ଶ୍ରୀକଣ୍ଠପୁର, ଆଜିମାବାଦ, ନୂଆବଜାର ପ୍ରଭୃତି ଅଞ୍ଚଳରୁ ଜଣେ ଲେଖାଏଁ ସଂକ୍ରମିତ ଅଛନ୍ତି । ସେହିପରି ସଦର ବ୍ଲକରୁୁ ୮୯ଜଣ, ରେମୁଣାରୁ ୨୪ଜଣ, ବାହାନଗାରୁ ୧୬, ଖଇରାରୁ ୪୮, ଜଳେଶ୍ୱରରୁ ୮, ସୋରରୁ ୭୯, ବସ୍ତାରୁ ୪, ସିମୁଳିଆରୁ ୨, ନୀଳଗିରିରୁ ୩୮, ଔପଦାରୁ ଜଣେ, ଭୋଗରାଇରୁ ୪୦ଜଣ ଓ ବାଲିଆପାଳ ବ୍ଲକରୁ ୧୪ ଜଣ ବ୍ୟକ୍ତିଙ୍କୁ ନୂଆ ସଂକ୍ରମିତ ଭାବେ ଚିହ୍ନଟ କରାଯାଇଛି । ଚିହ୍ନଟ ହୋଇଥିବା ସମସ୍ତେ ସ୍ଥାନୀୟ ସଂକ୍ରମିତ ଓ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଯେ, ଜିଲାରେ ଅଦ୍ୟାବଧି ୧୯,୯୯୯ଜଣ ସଂକ୍ରମିତ ହୋଇଥିବା ବେଳେ ମୋଟ ୧୬,୩୯୬ ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟପକ୍ଷରେ ଏବେ ସୁଦ୍ଧା ସକ୍ରିୟ ଥିବା ୩,୪୯୬ ଜଣଙ୍କ ମଧ୍ୟରୁ ୩୧୨୯ଜଣ ଗୃହ ସଙ୍ଗରୋଧରେ ଏବଂ ୩୨୨ ଜଣ ଜିଲାର କୋଭିଡ ହସପିଟାଲ ଓ କୋଭିଡ ଯତ୍ନ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି ।