୨୧ରୁ ଦୁଇଦିନିଆ ‘ସ୍ୟାଣ୍ଡ ଫେଷ୍ଟ’ : ଦୁଇଟି ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିପାରିବେ ପ୍ରତିଯୋଗୀ
ବାଲେଶ୍ୱର : ବାଲେଶ୍ୱର ସହର ସ୍ଥିତ ପୂର୍ତ୍ତବିଭାଗ ଡାକ ବଙ୍ଗଳା ପରିସରରେ ପୁରାତନ ଯୁବ ସଙ୍ଗଠନ ‘ସ୍ୟାଣ୍ଡ ଫେଷ୍ଟ’ ନିମନ୍ତେ ସୋମବାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଅନୁଷ୍ଠାନର ସାଧାରଣ ସମ୍ପାଦକ ଦେବଦତ୍ତ ଦାସଙ୍କ ଆହ୍ୱାନ କ୍ରମେ ସଭାପତି ପ୍ରଦୀପ ଦାସ ବୈଠକରେ ସଭାପତିତ୍ୱ କରିଥିଲେ । ଚଳିତବର୍ଷ ‘ସ୍ୟାଣ୍ଡ ଫେଷ୍ଟ’ର ୧୭ତମ ବାର୍ଷିକୀ ଆସନ୍ତା ଜାନୁଆରୀ ୨୧ ଓ ୨୨ ତାରିଖ ଦୁଇଦିନ ଧରି ବାଲେଶ୍ୱର ଷ୍ଟେସନ କ୍ଲବରେ ଆୟୋଜନ ହେବ ବୋଲି ଅଧ୍ୟକ୍ଷ ଅଜୟ କୁମାର ବିଶ୍ୱାଳ ପ୍ରକାଶ କରିଛନ୍ତି ।
ସମସ୍ତଙ୍କ ପ୍ରସ୍ତାବ ଏବଂ ନିଷ୍ପତ୍ତି କ୍ରମେ ୪ ବର୍ଷରୁ ୭ ବର୍ଷ ସବ୍ଜୁନିୟର, ୭ ବର୍ଷରୁ ୧୩ବର୍ଷ ଜୁନିୟର ଏବଂ ୧୩ ବର୍ଷରୁ ୨୫ ବର୍ଷ ପିଲାଙ୍କୁ ସିନିୟର ରୂପେ ବିବେଚନା କରାଯିବ । ଉପରୋକ୍ତ ବୟସ ସୀମା ଅନୁସାରେ ସ୍କୁଲ ପିଲାମାନଙ୍କ ଠୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟର ଅଧ୍ୟୟନରତ ଛାତ୍ରୀଛାତ୍ରମାନେ ନିମ୍ନ ଲିଖିତ ପ୍ରତିଯୋଗୀତାରେ ଭାଗ ନେଇପାରିବେ । ସବ୍-ଜୁନିୟରରେ ବେବି ଆଇକନ, ମଡ଼ର୍ଣ୍ଣ ଡ୍ୟାନ୍ସ, ପେଣ୍ଟିଙ୍ଗ, ସେହିପରି ଜୁନିୟରରେ ମଡ଼ର୍ଣ୍ଣ ଡ୍ୟାନ୍ସ, ପେଣ୍ଟିଙ୍ଗ, ସିଙ୍ଗିଙ୍ଗ, ଇଂରାଜୀ ଡିବେଟ, ଟ୍ୟାଲେଣ୍ଟ ହଣ୍ଟର୍ ଥିଲାବେଳେ ସିନିୟରରେ ମଡ଼ର୍ଣ୍ଣ ଡ୍ୟାନ୍ସ, ସିଙ୍ଗିଙ୍ଗ, ଗ୍ରୁପ ଡ୍ୟାନ୍ସ ଏବଂ ମିଷ୍ଟର ଓ ମିସ୍ ସ୍ୟାଣ୍ଡ ଫେଷ୍ଟ ପ୍ରତିଯୋଗିତାମାନ ରଖାଯାଇଛି । ଉଦ୍ଯାପନୀ ସନ୍ଧ୍ୟାରେ ଓଲିଉଡ଼ ଗାୟକ ସତ୍ୟଜିତ ପ୍ରଧାନ ଏବଂ ଧାରାବାହିକ ଅଭିନେତ୍ରୀ ପିୟାଲି ଦାଶ ବିଶେଷ ଆକର୍ଷଣ ରୂପେ ଦର୍ଶକମାନଙ୍କ ନିମନ୍ତେ ମେଲୋଡ଼ି କାର୍ଯ୍ୟକ୍ରମରେ ଭାଗ ନେବେ ବୋଲି ଜଣାପଡ଼ିଛି । ଚଳିତବର୍ଷ ପ୍ରତିଯୋଗୀମାନେ ଦୁଇଟି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିପାରିବେ ଏବଂ ଅନ୍ଲାଇନ ମାଧ୍ୟମରେ ନିଜ ନିଜ ନାମ ପଞ୍ଜିକରଣ କରିପାରିବେ । କାର୍ଯ୍ୟକ୍ରମ ସମ୍ବନ୍ଧରେ କିମ୍ବା ପଞ୍ଜିକରଣ ଜନିତ ପରାମର୍ଶ ପାଇଁ ମୋବାଇଲ୍ (ନଂ. ୭୭୪୯୯୯୧୨୩, ୭୦୦୪୭୬୫୪୬୦, ୯୧୭୮୪୬୧୨୯୮) ରେ ପୂର୍ବାହ୍ନ ୧୦ରୁ ମଧ୍ୟାହ୍ନ ୧ଟା ଏବଂ ଅପରାହ୍ନ ୪ରୁ ରାତ୍ରି ୮ ଟା ମଧ୍ୟରେ ଯୋଗାଯୋଗ କରିପାରିବେ । ଆସନ୍ତା ୧୮ ତାରିଖ ପଞ୍ଜିକରଣ କରିବାର ଶେଷ ତାରିଖ ରହିଛି । ବୈଠକରେ ଉପଦେଷ୍ଟା ରତିକାନ୍ତ ପାଢ଼ୀ, ଉପାଧ୍ୟକ୍ଷ ସବ୍ୟସାଚୀ ମହାପାତ୍ର, କାର୍ଯ୍ୟକାରୀ ସଭାପତି ଶ୍ୟାମସୁନ୍ଦର ମହାନ୍ତି, ଉପସଭାପତି ବିକାଶ କୁମାର ପାଢ଼ୀ, ବ୍ରଜକିଶୋର ପ୍ରଧାନ, ସମ୍ପାଦକ ସିମନ ଦାସ ମହାପାତ୍ର, ସାଙ୍ଗଠନିକ ସମ୍ପାଦକ ପାର୍ଥସାରଥି ଦାସ, ଝାଡ଼େଶ୍ୱର ଜେନା, ସହ-ସମ୍ପାଦକ ଗୌର ମଲ୍ଲିକ, ସିମନ୍ ସାମଲ୍, ସାଂସ୍କୃତିକ ସମ୍ପାଦକ ଲଷ୍ମୀକାନ୍ତ ସ୍ୱାଇଁ, ସହ-ସାଂସ୍କୃତିକ ସମ୍ପାଦକ ଦେବଶ୍ରୀ ମହାନ୍ତି, ଅମୟ କୁମାର ଦାସ, ରଶ୍ମିରଞ୍ଜନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଏମ୍ଡି ବୁର୍ହାନ୍ ଧନ୍ୟବାଦ ଅର୍ପଣ କରିଥିଲେ ।