ଲାଇଭ୍ ଷ୍ଟ୍ରିମିଂରେ ଆତ୍ମହତ୍ୟା କଲେ ଟିକ୍ଟକ୍ ଷ୍ଟାର୍
ବେଜିଙ୍ଗ : ଲାଇଭ୍ ଷ୍ଟ୍ରିମିଂ ସମୟରେ ଆତ୍ମହତ୍ୟା କଲେ ଚାଇନାର ଜଣେ ୨୫ ବର୍ଷିୟା ଟିକ୍ଟକ୍ ଷ୍ଟାର୍ । ସେ ସର୍ବଦା ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିଲେ । ଲୁଓ ଚାଇନାର ସୋସିଆଲ ମିଡିଆ ପ୍ଲାଟଫର୍ମରେ ଡୁଓଇନ୍ ନାମକ ଜଣେ ଷ୍ଟାର୍ ଥିଲେ। ଇଣ୍ଟରନେଟରେ ତାଙ୍କର ଲକ୍ଷ ଲକ୍ଷ ଫଲୋୟର୍ସ ଥିଲେ । ସେ ପ୍ରାୟ ପ୍ରତିଦିନ ବିଭିନ୍ନ ପ୍ରକାରର କଣ୍ଟେଣ୍ଟ ରଖୁଥିଲେ। ତାଙ୍କର ଶେଷ ଭିଡିଓରେ ଆସି ଲୁଓ ନିଜେ କହିଥିଲେ ଯେ ଏହା ବୋଧହୁଏ ତାଙ୍କର ଶେଷ ଭିଡିଓ, କାରଣ ସେ ଦୀର୍ଘ ସମୟ ଧରି ଡିପ୍ରେସନ୍ରେ ଥିଲେ। ସେ ପୂର୍ବରୁ ୨ ମାସ ହସ୍ପିଟାଲରେ ଥିଲେ। ଲୁଓ ଭିଡିଓରେ କହିଥିଲେ ସେ କୌଣସି ପ୍ରଡକ୍ଟ ବିକ୍ରୟ କରିବା ପାଇଁ ଏହି ଭିଡିଓ ପ୍ରସ୍ତୁତ କରୁନାହାଁନ୍ତି। ସେ ତାଙ୍କ ହାତରେ ଏକ କୀଟନାଶକ ବୋତଲ ଧରିଥିଲେ ଏବଂ ସେହି ସମୟରେ ଲାଇଭ୍ ଷ୍ଟ୍ରିମିଂ କରୁଥିଲେ।
ସୂଚନ ଯେ, ସେ ଗତ କିଛି ମାସ ଧରି ତାଙ୍କ ପ୍ରେମିକ କାରଣରୁ ଚିନ୍ତିତ ଥିଲେ। ସେଦିନ ତାଙ୍କର କୀଟନାଶକ ପିଇ ମରିବାର ଉଦ୍ଦେଶ୍ୟ ନଥିଲା, ସେ କେବଳ ପ୍ରେମିକଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚାହୁଁଥିଲେ। ବିଷ ପିଇବା ପରେ ସେ ନିଜେ ମଧ୍ୟ ଆମ୍ବୁଲାନ୍ସକୁ ଡାକିଥିଲେ, କିନ୍ତୁ ସେତେବେଳକୁ ବିଷ ତାହାର ପ୍ରଭାବ ଦେଖାଇ ସାରିଥିଲା। ଯେତେବେଳେ ସେ ନିଜକୁ ମାରିବା ପାଇଁ କୀଟନାଶକ ପିଇଥିଲେ, ହଜାର ହଜାର ଲୋକ ତାଙ୍କୁ ଲାଇଭ୍ ଦେଖୁଥିଲେ। ଲୁଓଙ୍କର ୬ ଲକ୍ଷ ୭୦ ହଜାରରୁ ଅଧିକ ଫଲୋୟର୍ସ ଥିଲେ, କିନ୍ତୁ ସେହି ସମୟରେ କେହି ତାଙ୍କୁ ଏହି ବିପଦପୂର୍ଣ୍ଣ ପଦକ୍ଷେପ ନେବାକୁ ଅଟକାଇ ନଥିଲେ। ଏହି ଘଟଣାଟି ଅକ୍ଟୋବର ୧୪ରେ ଲୁଓଙ୍କ ସହିତ ଘଟିଥିଲା। ଘଟଣାର ପରଦିନ ଲୁଓଙ୍କର ମୃତ୍ୟୁ ହୋଇଥିଲା।