ଋଷକୁ ଟିକ୍ଟକର ଶକ୍ତ ଝଟକା ! ଲାଇଭ୍ ଷ୍ଟ୍ରିମିଂ ଓ ଭିଡିଓ ଅପଲୋଡ ଉପରେ କଟକଣା

ନୂଆଦିଲ୍ଳୀ: ୟୁକ୍ରେନ ଏବଂ ଋଷ ମଧ୍ୟରେ ଘମାଘୋଟ ଯୁଦ୍ଧ ଜାରି ରହିଛି । ଋଷ ୟୁକ୍ରେନର ଗୋଟିଏ ପରେ ଗୋଟିଏ ସହରରେ ମିଶାଇଲ ମାଡ଼ କରୁଛି । ଯାହାକୁ ନେଇ ବିଶ୍ୱର ଅନେକ ଦେଶ ଋଷକୁ ନିନ୍ଦା କରୁଛନ୍ତି । ଏଥିଯୋଗୁଁ ଋଷ ଅନେକ ଦେଶ ଏବଂ କମ୍ପାନୀଗୁଡିକର ପ୍ରତିବନ୍ଧକକୁ ସାମ୍ନା କରୁଛି । ପ୍ରତିଦିନ କିଛି କମ୍ପାନୀ ଋଷ ଉପରେ ବିଭିନ୍ନ ପ୍ରକାରର କଟକଣା ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି । ବର୍ତ୍ତମାନ ଏହି ତାଲିକାର ପରବର୍ତ୍ତୀ ନାମ ଚାଇନିଜ୍ କମ୍ପାନୀ ଟିକଟକ୍ ମଧ୍ୟ ଯୋଡି ହୋଇଛି । ଏହି ସର୍ଟ ଭିଡିଓ ପ୍ଲାଟଫର୍ମରେ ଲାଇଭ୍ ଷ୍ଟ୍ରିମିଂ ଓ ଭିଡିଓ ଅପଲୋଡ୍ କରିବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏହି ନିଷ୍ପତ୍ତିକୁ ନେଇ ଟିକଟକ୍ କହିଛି କି ଆମର ପ୍ରାଥମିକତା ହେଉଛି ଆମର କର୍ମଚାରୀ ଏବଂ ଆମ ୟୁଜର୍ସଙ୍କ ସୁରକ୍ଷା । ମିଥ୍ୟା ଖବର ଉପରେ ଋଷର ଯେଉଁ ଆଇନ କାନୁନ୍ କରିଛି । ତାହା ଗିରଫ କରିବାର ଆଶଙ୍କା ବଢିଯାଇଛି । ଆମ ପାଖରେ ଲାଇଭ୍ ଷ୍ଟ୍ରିମିଂ ଏବଂ ନୂଆ କନଣ୍ଟେଟ୍ ସେୟାର କରିବା ଉପରେ ରୋକ୍ ଲଗାଇବା ବ୍ୟତୀତ ଆଉ କୌଣସି ପ୍ରକାରର ବିକଳ୍ପ ନାହିଁ।
ତେବେ କହିବାକୁ ଗଲେ ୟୁକ୍ରେନ ଉପରେ ଆକ୍ରମଣ ପରଠାରୁ ଋଷର ପୁଟିନ ସରକାର ଋଷରେ କ୍ରମାଗତ ବିରୋଧର ସମ୍ମୁଖୀନ ହେବାକୁ ପଡୁଛି। ସୋସିଆଲ ମିଡିଆ ଠାରୁ ଆରମ୍ଭ କରି ମିଡିଆ ପର୍ଯ୍ୟନ୍ତ ସମସ୍ତ ପ୍ରକାରର ପ୍ରଶ୍ନ ଉଠିଛି । ଏହାକୁ ଦୃଷ୍ଟିରେ ରଖି ଋଷ ସରକାର ନିକଟରେ ମିଥ୍ୟା ଖବର ସମ୍ବନ୍ଧରେ ନିୟ କାନୁନ୍ କରିଥିଲା। ଯେଉଁଥିରେ କି ଯିଏ ଦୋଷୀ ସାବ୍ୟସ୍ତ ହୁଏ, ତେବେ ତାକୁ ୧୫ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଭୋଗିବାକୁ ପଡିବ । ଏହି ନିୟମ ପରେ, ସିଏନ୍ଏନ୍ ଏବଂ ବିବିସି ମଧ୍ୟ ସେମାନଙ୍କର ସେବା ବନ୍ଦ କରି ଦେଇଛନ୍ତି।