୨୦୨୧ ତ୍ରୈମାସିକ ସୁଦ୍ଧା ସର୍ବାଧିକ ଡାଉନ୍ଲୋଡ଼ ହୋଇଛି ଟିକଟକ୍ ଓ ପବଜି
ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ପକ୍ଷରୁ ଚାଇନିଜ୍ ଆପ୍ ଟିକ୍ଟକ୍ ସହ ପବଜି ଏବଂ ଅନେକ ଆପ୍ ଗୁଡ଼ିକୁ ବ୍ୟାନ୍ କରାଯାଇଥିଲା। ଏହାସତ୍ତ୍ୱେ ମଧ୍ୟ ସର୍ବାଧିକ ଡାଉନଲୋଡ଼ ହୋଇଛି ଟିକ୍ଟକ୍ ସହ ପବଜି ଆପ୍ । ସେନ୍ସର ଟାୱାର ପକ୍ଷରୁ ହୋଇଥିବା ସର୍ଭେ ରିପୋର୍ଟରୁ ଏହା ଜଣାପଡ଼ିଛି।
ସେନ୍ସର ଟାୱାର ଅନୁଯାୟୀ, ୨୦୨୧ର ତ୍ରୈମାସିକ ସୁଦ୍ଧା ଆପଲ୍ ଆପ୍ ଷ୍ଟୋର୍ ଏବଂ ଗୁଗଲ୍ ପ୍ଲେ ଷ୍ଟୋର୍ରେ ଟିକଟକ୍ ଏବଂ ପବଜି ସର୍ବାଧିକ ଡାଉନ୍ଲୋଡ଼ ହୋଇଇଛି। ଟିକଟକ୍ରେ ଗ୍ରାହକଙ୍କ ୪୧ ପ୍ରତିଶତ ବୃଦ୍ଧି ପାଇଛି। ସେହିପରି ପବଜି ବ୍ୟବହାରକାରୀଙ୍କ ଖର୍ଚ୍ଚ ୧୧% ବୃଦ୍ଧି ପାଇଛି। ସେହିପରି ୨୦୨୧ରେ ଅଦ୍ୟାବଧି ଟିକଟକ୍ ହେଉଛି ସର୍ବାଧିକ ରୋଜଗାର କରୁଥିବା ଆପ୍ । ଗତ ବର୍ଷ ସୀମା ବିବାଦ ପାଇଁ ମୋଦି ସରକାର ଚାଇନା ଉପରେ ଡିଜିଟାଲ ଷ୍ଟ୍ରାଇକ କରିଥିଲେ । ଟିକଟକ, ହ୍ୟାଲୋ ଓ ୟୁସି ବ୍ରାଉଜର ଭଳି ୫୯ଟି ଚାଇନିଜ ଆପକୁ ଭାରତ ସରକାର ଦେଶରେ ଅସିଦ୍ଧ ଘୋଷଣା କରିଥିଲେ । ଏହାବାଦ ଶେୟାର ଇଟ୍, ଲଇକି, ଭାଇରସ କ୍ଲିନର, ଜେଣ୍ଡର ଓ ବିୟୁଟି ପ୍ଲସ ଭଳି ଆପ୍ ମଧ୍ୟ ବ୍ୟାନ୍ ହୋଇ ଥିଲା ଏହି ଆପ୍ ଜରିଆରେ ଚାଇନିଜ କମ୍ପାନୀଗୁଡ଼ିକ ଭାରତୀୟଙ୍କ ତଥ୍ୟ ଚୋରି କରୁଥିବାରୁ ଭାରତ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଥିଲେ।