ବାଘ, କୁଟୁରା ଓ ହରିଣ ଛାଲ ଜବତ, ଶିକାରୀ ଗିରଫ
ହରଭଙ୍ଗା : ବୌଦ୍ଧ ଜିଲା ହରଭଙ୍ଗା ଅଞ୍ଚଳରୁ ଏକ କଲରାପତରିଆ ବାଘ ଛାଲ, ଗୋଟିଏ କୁଟୁରା ଓ ଗୋଟିଏ ହରିଣ ଚମଡ଼ା ଜବତ ସହ ଶିକାରୀକୁ ଗିରଫ କଲା ଏସଟିଫ ।
ସୂଚନା ଯେ, ବୌଦ୍ଧ ଜିଲାରେ ବନ୍ୟଜନ୍ତୁ ଚମଡା କାରବାର ନେଇ ଏସଟିଏଫ ଖବର ପାଇ ଚାରିଛକ ଠାରେ ୫ ଦିନ ହେଲା ଡେରା ପକାଇ ରହିଥିଲା । ପରେ ହରଭଙ୍ଗା ଅଞ୍ଚଳରେ ବାଘ ଛାଲ ଡିଲ ନେଇ ସୂଚନା ପାଇଥିଲା ଏସଟିଫ । ଏହାକୁ ବ୍ରେକ କରିବା ପାଇଁ ଏସଟିଏଫ ଓ ବନବିଭାଗ ମିଳିତ ଭାବେ ଏକ ଅପରେସନ କରାଯାଇଥିଲା । ହରଭଙ୍ଗା ଅଞ୍ଚଳରୁ ଶିକାରି ଓ ୩ଟି ଜନ୍ତୁ ଛାଲ ଜବତ କରିଛି ଏସଟିଏଫ । ଜନ୍ମ ଗୁଡିକୁ ସାତକୋଶିଆ ୱାଇଲଡ ଲାଇଫ ଅଞ୍ଚଳରେ ଶିକାର କରାଯାଇଥିବା ଅନୁମାନ କରାଯାଉଛି । ଅନ୍ୟପଟେ ଏବେ ଶିକାରୀ ନେଇ ତଦନ୍ତ ଜାରି ରଖିଛନ୍ତି ଏସଟିଏଫ । ଏହି ଘଟଣାରେ ହରଭଂଗାର ଗିରିଜା ସାହୁକୁ ଗିରଫ କରାଯାଇଛି ।