ବାରାହ ଫାଶରେ ପଡ଼ି ବାଘ ମୃତ, ବନ୍ୟଜନ୍ତୁ ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ
ଢେଙ୍କାନାଳ : ଢେଙ୍କାନାଳ ବନଖଣ୍ଡ ହିନ୍ଦୋଳ କର୍ଣ୍ଣପୂର ବିଟ ଅଧୀନ ସଂରକ୍ଷିତ ଜଙ୍ଗଲରୁ ଏକ କଲରା ପତରିଆ ବାଘ ର ମୃତଦେହ ଠାବ ହୋଇଛି। ଢେଙ୍କାନାଳ ବନଖଣ୍ଡ ସଂରକ୍ଷିତ ଜଙ୍ଗଲରୁ ଦୁଇ ଦିନ ପୂର୍ବେ ଭାଲୁ ଆଉ ଗତକାଲି ଏକ କଲରାପତରିଆ ବାଘର ମୃତ ଦେହ ଠାବ ହୋଇଛି। ଭାଲୁ ବାରାହ ବମ ଖାଇ ଏବଂ ବାଘ ବାରାହ ଜାଲ ରେ ପଡ଼ି ମୃତ୍ୟୁ ହୋଇଥିବା ଢେଙ୍କାନାଳ ବନ ବିଭାଗ କହୁଛି। ଦୁଇ ଦିନ ଭିତରେ ଦୁଇ ଦୁଇଟି ବନ୍ୟଜନ୍ତୁ ଙ୍କ ମୃତଦେହ ମିଳିବା ବନ୍ୟଜନ୍ତୁ ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଢେଙ୍କାନାଳରେ କଲରାପତରିଆ ବାଘ ବଂଶ ବୃଦ୍ଧି ହୋଇଥିବା ବେଳେ ବନ ବିଭାଗର ଢିଲା ପେଟ୍ରୋଲିଂ କୁ ନେଇ ଏ ଭଳି ଘଟଣା ଘଟିଥିବା ସାଧାରଣରେ ଚର୍ଚ୍ଚା ହେଉଛି।ଏଥିପ୍ରତି ଦୃଷ୍ଟି ଦେବାକୁ ପରିବେଶ ପ୍ରେମୀ ଦାବି କରିଛନ୍ତି। ତେବେ ବାଘ ମୃତ୍ୟୁ ଘଟଣା ରେ ତିନି ଜଣକୁ ଅଟକ ରଖାଯାଇଥିବା ବେଳେ ତାଙ୍କ ସଂପୃକ୍ତି ନଥିବାରୁ ତାଙ୍କୁ ଛାଡି ଦିଆଯାଇଥିବା ବୋଲି ଢେଙ୍କାନାଳ ଡିଏଫଓ କହିଛନ୍ତି।