ବିରୋଧି ଦଳର ଆଉ ତିନିଜଣ ସଦସ୍ୟ ରାଜ୍ୟସଭାରୁ ନିଲମ୍ବିତ
ନୂଆଦିଲ୍ଲୀ : ବିରୋଧି ଦଳର ଆଉ ତିନିଜଣ ସଦସ୍ୟଙ୍କୁ ଗୁରୁବାର ରାଜ୍ୟସଭାରୁ ନିଲମ୍ବିତ କରାଯାଇଛି । ଏଥିରେ ଆମ୍ ଆଦମୀ ପାର୍ଟିର ଦୁଇଜଣ ସଦସ୍ୟ ଏବଂ ଜଣେ ସ୍ୱାଧୀନ ଅଛନ୍ତି । ବର୍ତମାନ ପର୍ଯ୍ୟନ୍ତ ଉଭୟ ସଂସଦର ୨୭ ଜଣ ସଦସ୍ୟଙ୍କୁ ନିଲମ୍ବିତ କରାଯାଇଛି, ସେମାନଙ୍କ ମଧ୍ୟରୁ ଲୋକସଭାର ଚାରିଜଣ ଏବଂ ରାଜ୍ୟସଭାର ୨୩ ଜଣ ।
ଉପରାଷ୍ଟ୍ରପତି ହରିବଂଶଙ୍କ ଉପସ୍ଥିତିରେ ବାଚନିକ ଭୋଟ୍ ଦ୍ୱାରା ନିୟମ ୨୫୬ ଅଧିନରେ ଆଣିଥିବା ନିଲମ୍ବନ ପ୍ରସ୍ତାବକୁ ରାଜ୍ୟସଭା ପାରିତ କରିଛି । ନିଲମ୍ବିତ ସାଂସଦମାନଙ୍କ ମଧ୍ୟରେ ଆମ୍ ଆଦମୀ ପାର୍ଟିର ସୁଶୀଲ କୁମାର ଗୁପ୍ତା ଏବଂ ସନ୍ଦୀପ କୁମାର ପାଠକ ଏବଂ ଜଣେ ସ୍ୱାଧାନ ସାଂସଦ ଅଜିତ କୁମାର ଭୁୟାନ ଅଛନ୍ତି ।