ଚଳିତବର୍ଷ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପଇତା ଲାଗି ନୀତି ବନ୍ଦ
ଭୁବନେଶ୍ୱର : ଚଳିତ ବର୍ଷ ଲାଗି ବନ୍ଦ ରହିଲା ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପଇତା ଲାଗି ନୀତି। ପୂଜା ପଣ୍ଡା ଓ ବଡୁ ନିଯୋଗ ମଧ୍ୟରେ ବିବାଦ କାରଣରୁ ବନ୍ଦ ରହିଲା ନୀତି। ପଇତାଲାଗି ନୀତି ବନ୍ଦ ହେଲେ ମଧ୍ୟ ଅନ୍ୟ ନୀତିକାନ୍ତି ଯଥାରୀତି ଚାଲିବ। ନୀତି ବନ୍ଦ ନେଇ ଲିଙ୍ଗରାଜ ମନ୍ଦିର ପ୍ରଶାସନ ଦ୍ୱାରା ଆହୁତ ବୈଠକରେ ନିଷ୍ପତ୍ତି ନିଆଯାଇଛି। ବୈଠକ ପରେ ଟ୍ରଷ୍ଟି ମାନସ ମହାପାତ୍ର ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଥିଲେ।