ଏଥର ଭକ୍ତଙ୍କ ଗହଣରେ ହେବ ରଥଯାତ୍ରା
ପୁରୀ : ଚଳିତବର୍ଷ ଭକ୍ତଙ୍କ ଗହଣରେ ହେବ ରଥଯାତ୍ରା । ରଥଯାତ୍ରା ପ୍ରସ୍ତୁତି ବୈଠକରେ ଏନେଇ ସବୁଜ ସଙ୍କେତ ମିଳିଛି । ଯଦି କୋଭିଡ ସଂକ୍ରମଣ ବଢେ, ତାହା ହେଲେ ବିନା ଭକ୍ତରେ ହେବ ରଥଯାତ୍ରା । ସ୍ଥିତି ଭଲ ଥିଲେ ରଥଯାତ୍ରାରେ ସାମିଲ ହେବେ ଭକ୍ତ । ଏନେଇ ଖୁବଶୀଘ୍ର ଆଉ ଏକ ଉଚ୍ଚସ୍ତରୀୟ ବୈଠକ ହେବ ବୋଲି ଜିଲ୍ଲାପାଳ କହିଛନ୍ତି । କୋଭିଡ ସ୍ଥିତିକୁ ଦେଖି ୨ ପ୍ରକାର ବ୍ୟବସ୍ଥା କରାଯାଇଛି । କୋଭିଡ ସଂକ୍ରମଣ ବଢ଼ିଲେ ବିନା ଭକ୍ତରେ ହେବ ରଥଯାତ୍ରା । କୋଭିଡ ସ୍ଥିତି ନଥିଲେ ରଥଯାତ୍ରାରେ ସାମିଲ ହେବେ ଭକ୍ତ । ଭକ୍ତମୟ ପରିବେଶରେ ରଥଯାତ୍ରା କରିବାକୁ ବୈଠକରେ ସେବାୟତମାନେ ଦାବି କରିଥିଲେ । ସବୁ ବିଭାଗ ସେମାନଙ୍କର ଆକ୍ସନ ପ୍ଲାନ୍ ପ୍ରଦାନ କରିଛନ୍ତି ବୋଲି ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି ।
ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ହୋଇଛି । ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା ବୈଠକରେ ରଥଯାତ୍ରାକୁ କିପରି ସୁରୁଖୁରୁରେ କରାଯାଇପାରିବ ସେନେଇ ଆଲୋଚନା ହୋଇଛି । ୩୦ ଦିନ ମଧ୍ୟରେ ପ୍ରସ୍ତୁତି କାର୍ଯ୍ୟ ଶେଷ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଏଥିସହ ସ୍ୱାସ୍ଥ୍ୟ ଓ ପରିମଳ, ସେବା, ପାନୀୟ ଜଳ ଯୋଗାଣ, ରାସ୍ତାଘାଟ ମରାମତି, ବିଦ୍ୟୁତ ଯୋଗାଣ ଭଳି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯାଇଛି । ବୈଠକରେ ଏସପି କୱଂର ବିଶାଳ ସିଂଙ୍କ ସମେତ ପୌରସଂସ୍ଥା, ପୂର୍ତ ବିଭାଗ, ପାନୀୟ ଜଳ ବିଭାଗ, ବିଜୁଳି ବିଭାଗ, ମନ୍ଦିର ପ୍ରଶାସନ ଓ ପରିବହନ ବିଭାଗର ବହୁ ଅଧିକାରୀ ଉପସ୍ଥିତ ଥିଲେ ।