ଏଥର ନିଆରା ବାଲିଯାତ୍ରା, ଓ୍ୱାଟର ସ୍ପୋର୍ଟସର ମଜା ନେବେ ପର୍ଯ୍ୟଟକ
କଟକ : ଚଳିତ ବର୍ଷ ମ୍ୟୁଜିକର ତାଳେ ତାଳେ ମହାନଦୀର ଜଳରାଶିରେ ଲେଜର ଲାଇଟ ସୋ’ ରେ ଝଲସିବ ବାଲିଯାତ୍ରା। ଏଥିସହ ଓ୍ୱାଟର ସ୍ପୋର୍ଟସ ମଜା ନେବେ ପର୍ଯ୍ୟଟକ। ସମ୍ପୂର୍ଣ୍ଣ ନିଆରା ହେବ ଚଳିତ ବର୍ଷ ବାଲିଯାତ୍ରା। ଏନେଇ କ୍ୟାଣ୍ଟନମେଣ୍ଟ ଥାନା ଠାରୁ ସିଲ୍ଭର ସିଟି ବୋଟିଂ କ୍ଲବ୍ ପର୍ଯ୍ୟନ୍ତ ତିଆରି ହେଉଛି ୬୦ ଫୁଟର ପ୍ରଶସ୍ତ ରାସ୍ତା। ମହାନଦୀ ଜଳରାଶିରେ ହେବ ମଲ୍ଟି ମିଡିଆ ଲେଜର ଲାଇଟ ଶୋ’। ବାଲିଯାତ୍ରା ଆସନ୍ତା ୮ ତାରଖରୁ ଆରମ୍ଭ ହୋଇ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ।
ଚଳିତ ବର୍ଷ ବାଲିଯାତ୍ରା ହେବ ଆକର୍ଷଣୀୟ । ପ୍ରସ୍ତୁତି ପାଇଁ ବ୍ୟସ୍ତ ପ୍ରଶାସନ। କରାଯାଉଛି ଆନ୍ତର୍ଜାତିୟ ସ୍ତରୀୟ ଆୟୋଜନ ।ବାଲିଯାତ୍ରାର ପଡିଆ ସହିତ ମହାନଦୀର ଜଳରାଶି କୁ ଉପଯୋଗ କରାଯାଇଛି । କ୍ୟାଣ୍ଟନମେଂଟ ଥାନା ଠାରୁ ସିଲିଭର ସିଟି ବୋଟିଂ କ୍ଳବ ପର୍ଯ୍ୟନ୍ତ ତିଆରି ହେଉଛି ୬୦ ଫୁଟର ପ୍ରଶସ୍ତ ରାସ୍ତା । ସନ୍ଧ୍ୟା ସମୟରେ ମହାନଦୀ କୂଳରେ ପର୍ଯ୍ୟଟକ ଙ୍କୁ ମିଳିବ ମନୋରଞ୍ଜନ ର ନୂଆ ଖୋରାକ। ମହାନଦୀ ଜଳରାଶିରେ ହେବ ମଲ୍ଟି ମିଡିଆ ଲେଜର ଲାଇଟ ଶୋ । ଏନେଇ ସମ୍ପୃକ୍ତ କମ୍ପାନୀ ଆଜି ମହାନଦୀରେ ଜନ୍ତ୍ରାଂଶ ରେଡି କରିଛନ୍ତି।
କଟକର ଇତିହାସ,ବାଲିଯାତ୍ରାର ଐତିହ୍ୟ,ପରମ୍ପରା ତଥା ପୁରୁଣା କୀର୍ତ୍ତି ରାଜିକୁ ନେଇ ଚାଲିବ ୫ ମିନିଟର ସଟ ଫିଲ୍ମ । ଆକର୍ଷଣର କେନ୍ଦ୍ରବିନ୍ଦୁ ହେବ ସଙ୍ଗୀତ ସହିତ ହାଇ ପାୱାର ଫାଉଣ୍ଟେନ। ଓଡ଼ିଶାରେ ପ୍ରଥମ ଥର ପାଇଁ ହେଉଥିବା ଏହି ଲେଜର ଶୋ ଦର୍ଶକଙ୍କୁ ବେଶ ଆକୃଷ୍ଟ କରିବ ବୋଲି କହିଛନ୍ତି ଦିଲ୍ଲୀରୁ ଆସିଥିବା ଲେଜର ଲାଇଟ ଟେକ୍ନିସିଆନ ।