ଆଇପିଏଲ-୨୦୨୩ ମଝିରେ ଫ୍ୟାନ୍ସଙ୍କୁ ଦେଲେ ବଡ଼ ଝଟକା ଏହି ଖେଳାଳି, ହଠାତ୍ କଲେ ଅବସର ଘୋଷଣା
ନୂଆଦିଲ୍ଲୀ : ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)-୨୦୨୩ରେ ଏପର୍ଯ୍ୟନ୍ତ ମୋଟ ୨୬ଟି ମ୍ୟାଚ୍ ଖେଳାଯାଇଛି । ଏହି ମ୍ୟାଚରେ ପ୍ରଶଂସକଙ୍କୁ ଏକରୁ ଅଧିକ ଟକ୍କର ଦେଖିବାକୁ ମିଳିଛି । ଏସବୁ ମଧ୍ୟରେ କ୍ରିକେଟ୍ ଜଗତ ସହ ଜଡିତ ଏକ ବଡ଼ ଖବର ସାମ୍ନାକୁ ଆସୁଛି । ଜଣେ ୩୩ ବର୍ଷୀୟ ଖେଳାଳି ହଠାତ୍ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଆପଣଙ୍କୁ କହି ରଖୁଛୁ ଯେ ଏହି ଖେଳାଳି ଗୋଟିଏ ନୁହେଁ ଦୁଇ ଦେଶ ପାଇଁ ଆନ୍ତର୍ଜାତୀୟ କ୍ରିକେଟ୍ ଖେଳିଛନ୍ତି । ଏହି ଖେଳାଳି ଗୋଟିଏ ଦେଶ ପାଇଁ ଦିନିକିଆ ବିଶ୍ୱକପ ଦଳର ଏକ ଅଂଶ ମଧ୍ୟ ଥିଲେ ।
୩୩ ବର୍ଷୀୟ ଗ୍ୟାରି ବାଲାନ୍ସ ହଠାତ୍ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଗ୍ୟାରି ବାଲାନ୍ସ ଜିମ୍ବାୱେରେ ଜନ୍ମଗ୍ରହଣ କରିଥିଲେ । କିନ୍ତୁ ଗ୍ୟାରି ବାଲାନ୍ସ ଇଂଲଣ୍ଡ ପାଇଁ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ । ଇଂଲଣ୍ଡ ପାଇଁ ଖେଳୁଥିବାବେଳେ ଗ୍ୟାରି ବାଲାନ୍ସ ଭାରତ ବିପକ୍ଷରେ ଟେଷ୍ଟ ଓ ଦିନିକିଆ ମ୍ୟାଚ୍ ଖେଳିଛନ୍ତି । ଏହା ପରେ ଗ୍ୟାରି ବାଲାନ୍ସ ଜିମ୍ବାୱେ ଦଳର ହାତ ଧରିଥିଲେ ।
୩୩ ବର୍ଷୀୟ ବାମହାତୀ ବ୍ୟାଟ୍ସ ମ୍ୟାନ ଗ୍ୟାରି ବାଲାନ୍ସ ୨୦୧୪ ରୁ ୨୦୧୭ ମଧ୍ୟରେ ଇଂଲଣ୍ଡ ପାଇଁ ୨୩ଟି ଟେଷ୍ଟ ଓ ୧୬ଟି ଦିନିକିଆ ମ୍ୟାଚ୍ ଖେଳିଛନ୍ତି । ଏହା ପରେ ଗ୍ୟାରି ବାଲାନ୍ସ ଗତ ବର୍ଷ ଡିସେମ୍ବରରେ ଜିମ୍ବାୱେ ପାଇଁ କ୍ରିକେଟ୍ ଖେଳିବା ପାଇଁ ଦୁଇ ବର୍ଷର ଚୁକ୍ତି ସ୍ୱାକ୍ଷର କରିଥିଲେ । ଏହାପୂର୍ବରୁ ତାଙ୍କ କାଉଣ୍ଟି କ୍ରିକେଟ୍ ଦଳ ୟର୍କସାୟାର ମଧ୍ୟ ତାଙ୍କୁ ରିଲିଜ୍ କରିଥିଲା । ଇଂଲଣ୍ଡ ଦଳରୁ ଗ୍ୟାରି ବାଲାନ୍ସଙ୍କୁ ସୁଯୋଗ ମିଳିନଥିବାରୁ ଏହି ବଡ଼ ନିଷ୍ପତ୍ତି ନିଆଯାଇଥିଲା । ଗ୍ୟାରି ବାଲାନ୍ସ ପ୍ରଥମେ ଜିମ୍ବାୱେରେ ଘରୋଇ କ୍ରିକେଟ୍ ଖେଳିଥିଲେ । ତା’ପରେ ଗ୍ୟାରି ବାଲାନ୍ସ ଜାତୀୟ ଦଳରେ ମଧ୍ୟ ସ୍ଥାନ ପାଇଥିଲେ । ୧୨ ଜାନୁଆରୀରେ ଜିମ୍ବାୱେ ପାଇଁ ଗ୍ୟାରି ବାଲାନ୍ସ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ । ଏହା ମଧ୍ୟ ଗ୍ୟାରି ବାଲାନ୍ସଙ୍କ କ୍ୟାରିୟରର ପ୍ରଥମ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଥିଲା ।