ତୃତୀୟ ଟି-୨୦ ! ଫେଲ ମାରିଲା ସୂର୍ଯ୍ୟକୁମାରଙ୍କ ଶତକ, ଭାରତକୁ ୧୭ ରନ୍ରେ ହରାଇଲା ଇଂଲଣ୍ଡ
ନର୍ଟିଂହାମ: ନର୍ଟିଂହାମର ଟ୍ରେଣ୍ଟବ୍ରିଜରେ ଖେଳାଯାଇଥିବା ତୃତୀୟ ତଥା ଅନ୍ତିମ ଟି-୨୦ ମୁକାବିଲାରେ ବାଜି ମାରିଲା ଇଂଲଣ୍ଡ। ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋରକ ଶତକ ସତ୍ତ୍ଵେ ବିଜୟଠୁ ଦୂରରେ ରହିଗଲା ଭାରତ। ଇଂଲଣ୍ଡ ୧୭ ରନରେ ବିଜୟ ହାସଲ କରିଛି। ଏଥିସହ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜକୁ ୨-୧ରେ ଜିତିଛି ଭାରତ। ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ଡେଭିଡ୍ ମଲାନଙ୍କ ୭୭ ରନ ଏବଂ ଲିୟାମ ଲିଭିଙ୍ଗଷ୍ଟୋନଙ୍କ ୪୨ ରନ ସହାୟତାରେ ୭ ଓ୍ଵିକେଟ୍ ହରାଇ ୨୧୫ ରନ କରିଥିଲା। ଜବାବରେ ଭାରତ ୯ ଓ୍ଵିକେଟ୍ ହରାଇ ୧୯୮ ରନ କରି ପାରିଛି। ଦଳ ପକ୍ଷରୁ ସୂର୍ଯ୍ୟକୁମାର ଯାଦବଙ୍କ ୫୫ ବଲରୁ ୧୧୭ ରନର ବିସ୍ପୋରକ ଇନିଂସ ମଧ୍ୟ ଭାରତକୁ ଜିତାଇ ପାରିନାହିଁ। ଶ୍ରେୟସ ଆୟର ୨୮ ରନ କରିଥିବା ବେଳେ ବାକି ବ୍ୟାଟସମ୍ୟାନ ନିରାଶ କରିଛନ୍ତି। ଇଂଲଣ୍ଡ ପକ୍ଷରୁ ରିସେ ଟୋପଲି ୨୨ ରନ ଦେଇ ୩ଟି ଓ୍ଵିକେଟ୍ ନେଇଛନ୍ତି।
ଇଂଲଣ୍ଡ ବିପକ୍ଷ ତୃତୀୟ ଟି-୨୦ରେ ଟିମ୍ ଇଣ୍ଡିଆକୁ ୧୭ ରନ୍ରେ ପରାଜୟର ସାମ୍ନା କରିବାକୁ ପଡିଛି। ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୨୧୫ ରନ୍ ସ୍କୋର କରିଥିଲା, ଏହାର ଜବାବରେ ଟିମ୍ ଇଣ୍ଡିଆ ୯ ୱିକେଟ୍ ହରାଇ ୧୯୮ ରନ୍ ସ୍କୋର କରିପାରିଥିଲା। ଏହି ମ୍ୟାଚରେ ସୂର୍ଯ୍ୟକୁମାର ଯାଦବଙ୍କ ୧୧୭ ରନର ଇନିଂସର ପାଣିରେ ପଡିଛି। ସୂର୍ଯ୍ୟକୁମାରଙ୍କ ବ୍ୟତୀତ ଅନ୍ୟ କୌଣସି ଭାରତୀୟ ବ୍ୟାଟ୍ସମ୍ୟାନ୍ ପ୍ରଭାବୀ ପ୍ରଦର୍ଶନ କରିପାରି ନଥିଲେ। ୨୧୬ ରନର ଲକ୍ଷ୍ୟକୁ ପିଛା କରି ଭାରତ ଖରାପ ଆରମ୍ଭରେ କରିଥିଲା। ଷଭ ପନ୍ତ (୧), ବିରାଟ କୋହଲି (୧୧), ଅଧିନାୟକ ରୋହିତ ଶର୍ମା (୧୧) ଏବଂ ଦୀନେଶ କାର୍ତ୍ତିକ (୬) ଶୀଘ୍ର ପାଭିଲିୟନକୁ ଫେରିଥିଲେ। ତେବେ ଏହା ପରେ ସୁର୍ଯ୍ୟକୁମାର ଚତୁର୍ଥ ନମ୍ବରରେ ଆସି ମାତ୍ର ୪୮ ବଲରେ ଶତକ ହାସଲ କରିଥିଲେ। ଟି -20 ଓ ରେ ଶତକ ହାସଲ କରିଥିବା ସୂର୍ଯ୍ୟକୁମାର ଯାଦବ ପଞ୍ଚମ ଭାରତୀୟ ହୋଇପାରିଛନ୍ତି। ଚତୁର୍ଥ ନମ୍ବରରେ ଶତକ ହାସଲ କରିଥିବା କେ.ଏଲ୍ ରାହୁଲଙ୍କ ପରେ ସେ ଦ୍ୱିତୀୟ ଭାରତୀୟ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ସେ ୧୪ ଚୌକା ଏବଂ ଛଅ ଛକା ସହାୟତାରେ ୫୫ ବଲରେ ୧୧୭ ରନର ଏକ ଚମତ୍କାର ଇନିଂସ ଖେଳିଥିଲେ। ସୂର୍ଯ୍ୟକୁମାରଙ୍କ ବ୍ୟତୀତ ଶ୍ରେୟସ୍ ୨୮ ରନ୍ ସଂଗ୍ରହ କରିଥିଲେ।