ତୃତୀୟ ଟି-୨୦ : ଭାରତକୁ ୨୧୬ ରନ୍ର ବିଜୟ ଲକ୍ଷ୍ୟ ଦେଲା ଇଂଲଣ୍ଡ
ବର୍ମିହାମ୍: ତୃତୀୟ ତଥା ଅନ୍ତିମ ଟି-୨୦ରେ ଇଂଲଣ୍ଡର ଦାୱିଦ୍ ମଲାନ୍ ଓ ଲିଆମ୍ ଲିଭିଂଷ୍ଟୋନ୍ ବିସ୍ଫୋରକ ବ୍ୟାଟିଂ କରିଛନ୍ତି । ଟସ୍ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଥିବା ବର୍ମିଂହାମ୍ରେ ଖେଳା ଯାଉଥିବା ମ୍ୟାଚରେ ଘରୋଇ ଇଂଲଣ୍ଡ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୭ଟି ୱିକେଟ୍ ହରାଇ ୨୧୫ ରନ୍ କରିଛି । ଫଳରେ ଭାରତକୁ ୨୧୬ ରନ୍ର ବିଜୟ ଲକ୍ଷ୍ୟ ମିଳିଛି । ୩ ମ୍ୟାଚ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ ମୁକାବିଲାରେ ୫୦ ରନ୍ ଓ ଗତକାଲିର ମ୍ୟାଚରେ ଇଂଲଣ୍ଡ ୪୯ ରନ୍ରେ ପରାସ୍ତ ହେବା ପରେ ଆଜି ନିଜକୁ ସଂଶୋଧନ କରିଛି । ସ୍କୋର ୩୧ ରନ୍ରେ ଇଂଲଣ୍ଡ ଜୋସ୍ ବଟଲରଙ୍କୁ ହରାଇଥିଲେ ଥିଲେ ବି ଦଳର ଅନ୍ୟ ଖେଳାଳିମାନେ ଧେ?ର୍ଯ୍ୟର ସହିତ ମ୍ୟାଚ ଖେଳିଥିଲେ ।
ପ୍ରଥମ ଦୁଇଟି ମ୍ୟାଚ୍ ହାରିବା ପରେ ଅନ୍ତିମ ମୁକାବିଲାରେ ଇଂଲଣ୍ଡ ବ୍ୟାଟସମ୍ୟାନ ଭଲ ବ୍ୟାଟିଂ କରିଛନ୍ତି । ଡେଭିଡ୍ ମଲାନଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଇଂଲଣ୍ଡ ନିର୍ଦ୍ଧାରିତ ଓଭରରେ ୭ ୱିକେଟ୍ ହରାଇ ୨୧୫ ରନ କରିଛି । ମଲାନ ୭୭ ରନ କରିଥିବା ବେଳେ ଲିୟାମ ଲିଭିଙ୍ଗଷ୍ଟୋନ ଅପରାଜିତ ୪୨ ରନ କରିଛନ୍ତି । ଭାରତକୁ ସିରିଜ୍ କ୍ଲିନ୍ ସୁଇପ୍ କରିବାକୁ ହେଲେ ୨୧୬ ରନ କରିବାକୁ ପଡିବ । ଏହା ପୂର୍ବରୁ ଟସ୍ ଜିତି ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲା । ଭାରତ ଆଜି ୪ ପରିବର୍ତନ ସହ ପଡିଆକୁ ଓହ୍ଲାଇଛି । ଇଂଲଣ୍ଡର ଦୁଇ ଓପନର ଜାସନ ରୟ ଏବଂ ଅଧିନାୟକ ଜୋସ୍ ବଟଲର ୩୧ ରନ ଯୋଡିଥିଲେ । ବଟଲର ୧୮ ରନ କରି ଅଭେଶ ଖାନଙ୍କ ବଲରେ ଆଉଟ୍ ହୋଇଥିଲେ । ଜାସନ ରୟ ୨୭ ରନ କରିଥିଲେ । ଦଳୀୟ ସ୍କୋର ୮୪ ରନରେ ଫିଲିପ୍ ସ୍ଲଟ(୮) ପାଭିଲିୟନ ଫେରିଥିଲେ । ଏହା ପରେ ଡେଭିଡ୍ ମଲାନ ଏବଂ ଲିଭିଙ୍ଗଷ୍ଟୋନ ବିସ୍ଫୋରକ ବ୍ୟାଟିଂ କରି ଦଳର ସ୍କୋରକୁ ଆଗକୁ ବଢାଇଥିଲେ । ମଲାନ ଅର୍ଦ୍ଧଶତକ ହାସଲ କରିବା ସହିତ ୩୯ ବଲରୁ ୬ ଚୌକା ଏବଂ ୫ ଛକା ଜରିଆରେ ୭୭ ରନର ବିସ୍ଫୋରକ ଇନିଂସ ଖେଳିଥିଲେ । ମଲାନ ଏବଂ ଲିଭିଙ୍ଗଷ୍ଟୋନ ଚତୁର୍ଥ ୱିକେଟରେ ୮୪ ରନ ଯୋଡିଥିଲେ । ମୋଇନ ଅଲ୍ଲୀ ଖାତା ଖୋଲିବା ପୂର୍ବରୁ ଆଉଟ୍ ହୋଇଥିଲେ । ହେରୀ ବ୍ରୁକ ୧୯ ରନ କରିଥିଲେ । ଶେଷ ଆଡକୁ ଲିଆମ ଲିଭିଙ୍ଗଷ୍ଟୋନ ଦ୍ରୁତ ବ୍ୟାଟିଂ କରି ୪୨ ରନର ଇନିଂସ ଖେଳିବାରୁ ଇଂଲଣ୍ଡ ୭ ୱିକେଟ୍ ହରାଇ ୨୧୫ ରନ କରି ପାରିଛି । କ୍ରିସ୍ ଜୋର୍ଡାନ ୩ ବଲରୁ ୧୧ ରନ କରିଛନ୍ତି । ଭାରତ ପକ୍ଷରୁ ରବି ବିଷ୍ଣୋଇ ୩୦ ରନ ଦେଇ ୨ଟି ୱିକେଟ୍ ଏବଂ ହର୍ଷଲ ପଟେଲ୍ ୩୫ ରନ ଦେଇ ୨ଟି ସଫଳତା ପାଇଛନ୍ତି । ଅଭେଶ ଖାନ ଏବଂ ଉମରାନ ମଲିକ ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି ।
ଇଂଲଣ୍ଡକୁ ହରାଇ କ୍ଲିନ ସୁଇପ୍ କରିବା ଲକ୍ଷ୍ୟ ରଖିଛି ରୋହିତ ବାହିନୀ । ଯଦି ଭାରତ ଆଜିର ମ୍ୟାଚ୍ ଜିତି ନିଏ ତବେ ରୋହିତ ଶର୍ମା ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଂଟିଂଙ୍କ ୧୯ ବର୍ଷର ପୁରୁଣା ରେକର୍ଡର ସମକକ୍ଷ ହୋଇ ପାରିବେ । ରୋହିତ ଶର୍ମା ଅଧିନାୟକ ଭାବେ ଅନ୍ତର୍ଜାତୀୟ କ୍ରିକଟରେ ଲଗାତାର ୧୯ ମୁକାବିଲା ଜରି ସାରିଛନ୍ତି । ତେବେ ଅଧିନାୟକ ଭାବେ ସମସ୍ତ ଫର୍ମାଟରେ ଲଗାତାର ଅଧିକ ମ୍ୟାଚ୍ ଜିତିବାର ରେକର୍ଡ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଂଟିଂଙ୍କ ନାମରେ ରହିଛି । ପଂଟିଂ ୨୦୦୩ରେ ନିଜ ଦଳକୁ ଲଗାତାର ୨୦ଟି ମ୍ୟାଚ୍ ଜିତାଇଥିଲେ । ଯଦି ରୋହିତ ଶର୍ମା ଆଜି ଇଂଲଣ୍ଡକୁ ହରାଇ ଦିଅନ୍ତି ତେବେ ପଂଟିଂଙ୍କ ରେକର୍ଡର ବରାବର କରି ପାରିବେ । ପ୍ରଥମ ଦୁଇଟି ଟି-୨୦ରେ ଭାରତ ଦମଦାର ପ୍ରଦର୍ଶନ କରିଛି । ସାଉଥମ୍ପଟନରେ ଇଂଲଣ୍ଡକୁ ୧୪୮ ରନରେ ଅଲଆଉଟ୍ କରି ମ୍ୟାଚ୍କୁ ୫୦ ରନରେ ଜିତିଥିଲା ଭାରତ । ପୁଣି ଏଜବାଷ୍ଟନରେ ରୋହିତ ବାହିନୀ ଘରୋଇ ଦଳକୁ ୪୯ ରନରେ ହରାଇଛି । ଦ୍ୱିତୀୟ ମୁକାବିଲାରେ ଇଂଲଣ୍ଡ ୧୨୧ ରନରେ ଅଲଆଉଟ୍ ହୋଇଥିଲା । ଭାରତ ଇଂଲଣ୍ଡକୁ ଟି-୨୦ରେ ଲଗାତାର ଦୁଇ ଥର ୧୫୦ରୁ ତଳକୁ ଅଲଆଉଟ୍ କରିବାରେ ପ୍ରଥମ ଦଳ ହୋଇ ପାରିଛି ।