ତୃତୀୟ ଦିନିକିଆ : ଟସ୍ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି
ଥିରୁଅନନ୍ତପୁରମ : ଆଜି ଭାରତ-ଶ୍ରୀଲଙ୍କା ତୃତୀୟ ତଥା ଅନ୍ତିମ ଦିନିକିଆ । ମ୍ୟାଚ ପୂର୍ବରୁ ପଡ଼ିଥିବା ଟସ ଜିତି ଭାରତ ବ୍ୟାଟିଂ ନିଷ୍ପତ୍ତି ନେଇଛି । ଫଳରେ ପ୍ରଥମେ ବୋଲିଂ କରିବାକୁ ପଡିଆକୁ ଓହ୍ଲାଇବ ଟିମ୍ ଶ୍ରୀଲଙ୍କା ।
ପ୍ରଥମ ୨ଟି ମ୍ୟାଚ୍ ଜିତି ସାରିଥିବାରୁ ଭାରତ ନିକଟରେ ସିରିଜ୍ ମୂଳପୋଛ କରିବାର ସୁଯୋଗ ରହିଛି । ଅନ୍ୟପଟେ ଶ୍ରୀଲଙ୍କା ସାନ୍ତ୍ୱନାମୂଳକ ବିଜୟ ସହ ଗସ୍ତ ଶେଷ କରିବାକୁ ପ୍ରସ୍ତୁତି କରିଛି । ପ୍ରଥମ ଦିନିକିଆରେ ଭ୍ରମଣକାରୀ ଶ୍ରୀଲଙ୍କ ଦଳକୁ ୬୭ ରନ୍ରେ ପରାସ୍ତ କରିଥିଲେ ଟିମ୍ ଇଣ୍ଡିଆ । ଏହାପରେ ୨ୟ ଦିନିକିଆରେ ଭାରତ ୪ ଓ୍ୱିକେଟ୍ରେ ବିଜୟୀ ହୋଇଥିଲା । ଯାହାଫଳରେ ଦିନିକିଆ ସିରିଜ୍କୁ ୨-୦ରେ ବିଜୟୀ ହୋଇଛି ଟିମ୍ ଇଣ୍ଡିଆ । ଆଉ ଏବେ ଶେଷ ଦିନିକିଆ ପାଇଁ ଥିରୁଅନନ୍ତପୁରମରେ ହେବ ଲଢେଇ । ତେବେ ଅନ୍ତିମ ଦିନିକିଆରେ ଭାରତୀୟ ଦଳରେ ୨ଟି ପରିବର୍ତ୍ତନ ହୋଇଛି । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନରେ ସୂର୍ଯ୍ୟକୁମାର ଯାଦବଙ୍କୁ ସାମିଲ କରାଯାଇଥିବା ବେଳେ ଉମ୍ରାନ ମଲ୍ଲିକଙ୍କ ସ୍ଥାନରେ ଓ୍ୱାସିଂଟନ୍ ସୁନ୍ଦରଙ୍କୁ ସାମିଲ କରାଯାଇଛି । ବାକି ଟିମ୍ ସମାନ ରହିଛି । ସେହିପରି ଶ୍ରୀଲଙ୍କା ଦଳରେ ବି ୨ଟି ପରିବର୍ତ୍ତନ ହୋଇଛି ।
ସମ୍ଭାବ୍ୟ ଦଳ
ଭାରତ :- ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ୍, ବିରାଟ କୋହଲି, ଶ୍ରେୟାସ ଆୟର, କେଏଲ୍ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, କୁଲଦୀପ ଯାଦପ, ମହମ୍ମଦ ସାମି, ଉମ୍ରାନ ମଲିକ, ମହମ୍ମଦ ସିରାଜ ।
ଶ୍ରୀଲଙ୍କା :- ପଥୁମ ନିଶଙ୍କା, ଅଭିସ୍କା ଫର୍ଣ୍ଣାଣ୍ଡୋ, କୁଶଲ ମେଣ୍ଡିସ୍, ଏନ୍ ଫର୍ଣ୍ଣାଣ୍ଡୋ/ ଚରିଥ ଆଶାଲଙ୍କା, ଧନଞ୍ଜୟ ଡି’ସିଲ୍ଭା, ଡାସୁନ ଶଣକା (ଅଧିନାୟକ), ୱାନିଣ୍ଡୁ ହସରଙ୍ଗା, ଦୁନିଥ ୱେଲାଲାଗେ, ଚାମିକା କରୁଣାରତ୍ନେ, କାସୁନ ରଜିଥା, ଲାହିରୁ କୁମାରା ।