ଓଡ଼ିଶାରେ ୪୮୩ଟି ମୋବାଇଲ ଟାୱାର ସହ ୨୭୨ଟି ପୋଷ୍ଟ ଅଫିସ ହେବ ଉଦଘାଟନ
ଭୁବନେଶ୍ବର : ଓଡିଶାରେ ୪୮୩ଟି ମୋବାଇଲ ଟାୱାର ଓ ୨୭୨ଟି ପୋଷ୍ଟ ଅଫିସ ଉଦଘାଟନ ନେଇ କେନ୍ଦ୍ର ରେଳ ଓ ଆଇଟି ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କ ଘୋଷଣା । ଭୁବନେଶ୍ବର ବିଏସଏନଏଲ ମୁଖ୍ୟ କାର୍ଯ୍ୟାଳୟରେ ଭିଡିଓ କନଫରେସିଂ ଜରିଆରେ ଘୋଷଣା କରିବା ପରେ ସ୍ଥାନୀୟ ନେତାଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି । ଏ ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭର୍ଚୁଆଲି ଉପସ୍ଥିତ ରହିଥିଲେ ।
୧୦ ଟି ଅକାଂକ୍ଷୀ ଜିଲାରେ ୩୯୩୩ ଗ୍ରାମରେ ୪ ଜି ସଂଯୋଗୀକରଣ କରିବ ଏହି ମୋବାଇଲ ଟାୱାର। ୫ଟି ରାଜ୍ୟ ଆନ୍ଧ୍ରପ୍ରଦେଶ , ଛାତିଶଗଡ଼ , ଝାଡ଼ଖଣ୍ଡ , ମହାରାଷ୍ଟ୍ର ଓ ଓଡିଶାର ୪୪ ଅକାଂକ୍ଷୀ ଜିଲାର ୭୧୮୭ ଗ୍ରାମକୁ ଏହି ମୋବାଇଲ ସେବା ପ୍ରଦାନ କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଥିବା ବେଳେ ଓଡିଶାକୁ ମିଳିଛି ୫୦ ପ୍ରତିଶତରୁ ଅଧିକ ୪ଜି ମୋବାଇଲ ଟାୱାର । ଏହା ସହ ରାଜ୍ୟର ୧୧ଟି ମାଓ ପ୍ରଭାବିତ ଜିଲ୍ଲାରେ ଖୋଲିବ ୨୭୨ଟି ନୂଆ ଡାକଘର ।
ଆସନ୍ତା ମାର୍ଚ୍ଚ ୩୧ ୨୦୨୨ ସୁଦ୍ଧା ସବୁ ଡାକଘର ଖୋଲିଯିବ । ଯେଉଁଠି ଟ୍ରେନ ଟିକଟ ବୁକିଂର ମଧ୍ୟ ସୁବିଧା ଲୋକମାନେ ପାଇ ପାରିବେ। ଏବେ ସୁଦ୍ଧା ୧୨୮ଟି ଡାକଘର ଆରମ୍ଭ ହୋଇ ସାରିଥିବା ବେଳେ ବାକି ୧୪୪ଟି ପର୍ଯ୍ୟାୟ କ୍ରମେ ୨୦୨୨ ମାର୍ଚ୍ଚ ସୁଦ୍ଧା ସମ୍ପୂର୍ଣ କରାଯିବ । ଏହି ଡାକଘର ପାଇଁ ୫୪୪ ଜଣ ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ପାଇବେ। ଏସବୁ ନିଷ୍ପତ୍ତି ନେଇ ପ୍ରକଳ୍ପ ହେବାକୁ ଥିବା ଗ୍ରାମ ଗୁଡ଼ିକ ଲୋକ ଓ ସ୍ଥାନୀୟ ଜନ ପ୍ରତିନିଧିଙ୍କ ସହ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ।