କମିଲା ତାତି, ୪୩ ଡିଗ୍ରୀ ସହ ବୌଦ୍ଧ ସବୁଠାରୁ ଉତପ୍ତ ସହର
ଭୁବନେଶ୍ୱର : ତାତିରୁ ମିଳିଛି ସାମାନ୍ୟ ତ୍ରାହି । ମଙ୍ଗଳବାର ଦିନ ଠାରୁ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଶୁକ୍ରବାର ତାପାମାତ୍ରାରେ ସାମାନ୍ୟ ହ୍ରାସ ଘଟିଛି । ଆଜି ମାତ୍ର ୧୧ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା । ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଆଜି ରାଜ୍ୟର ବୌଦ୍ଧ ସହରରେ ତାପମାତ୍ରା ସର୍ବାଧିକ ୪୩ ଡିଗ୍ରୀ ରେକର୍ଡ କରାଯାଇଛି । ବଲାଙ୍ଗିରର ତାପମାତ୍ରା ୪୨.୨ ଡିଗ୍ରୀ ରହିଥିବା ବେଳେ ମାଲକାନଗିରିରେ ୪୨ ଡିଗ୍ରୀ ରହିଥିଲା । ରାଜଧାନୀ ଭୁବନେଶ୍ୱରରେ ଆଜି ତାପମାତ୍ରା ୩୮.୨ ଡିଗ୍ରୀ ରହିଥିବା ବେଳେ କଟକରେ ୩୭.୪ ରହିଥିଲା । ଝାରସୁଗୁଡ଼ାର ତାପମାତ୍ରା ୪୧ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ସମ୍ବଲପୁରରେ ୪୧.୬, ସୁନ୍ଦରଗଡ଼ରେ ୪୧, ତାଳଚେରରେ ୪୧.୫ ଓ ଟିଟିଲାଗଡ଼ରେ ୪୧.୨ ଡିଗ୍ରୀ ,ବାରିପଦାରେ ୪୦ ଡିଗ୍ରୀ , ହୀରାକୁଦରେ ୪୦.୫ ଓ ଭବାନୀପାଟଣାରେ ୪୦.୫ ଡିଗ୍ରୀ ରହିଥିଲା । ବାଲେଶ୍ୱରର ସର୍ବାଧିକ ତାପମାତ୍ରା ୩୫.୭ ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଥିବା ବେଳେ ଚାନ୍ଦବାଲିରେ ୩୬.୨, ପାରାଦୀପରେ ୩୨.୬, ଗୋପାଳପୁରରେ ୩୪, ପୁରୀରେ ୩୨, ଅନୁଗୋଳରେ ୩୯.୧, କେନ୍ଦୁଝରରରେ ୩୮.୨, କୋରାପୁଟରେ ୩୭.୨, ଫୁଲବାଣୀରେ ୩୯.୪, ସୋନପୁରରେ ୩୯.୮, ଦାରିଙ୍ଗବାଡ଼ିରେ ୩୬.୫, ନୟାଗଡ଼ରେ ୩୮, ଛତ୍ରପୁରରେ ୩୩ ଓ ପାରଳାଖେମୁଣ୍ଡିରେ ୩୫ ଡିଗ୍ରୀ ସେଲ୍ସିୟସ ରହିଥିଲା । ସୂଚନାଯୋଗ୍ୟ, ଗତକାଲି ୧୫ଟି ସହରର ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ସେଲ୍ସିୟସ ଉପରେ ରହିଥିଲା ।