କରୋନା ରେଡଜୋନରେ ରାଜ୍ୟରେ ୨୪ଟି ଜିଲ୍ଲା
ଭୁବନେଶ୍ୱର : ରାଜ୍ୟରେ କାୟା ମେଲାଇବା ଆରମ୍ଭ କରିଛି କରୋନା ମହାମାରୀର ଦ୍ୱିତୀୟ ଲହର । ଯାହାକୁ ନେଇ ଏବେ ସମସ୍ତେ ଭୟଭୀତ ଅବସ୍ଥାରେ ରହିଛନ୍ତି । ଏଭଳି ସ୍ଥିତିରେ ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ଗ୍ରାସ କରୁଛି କରୋନା । କରୋନା ମାମଲା ଓଡିଶାରେ ତୀବ୍ର ବୃଦ୍ଧି ଘଟିଥିବା ବେଳେ ୧୦୦୦ ରୁ ଅଧିକ ସକ୍ରିୟ ମାମଲା ଥିବା ୩୦ ଟି ଜିଲ୍ଲା ମଧ୍ୟରୁ ୨୪ଟିକୁ ରେଡ୍ ଜୋନର ଟ୍ୟାଗ୍ ଦିଆଯାଇଛି । ପୂର୍ବରୁ ୧୭ ଟି ଜିଲ୍ଲା ରାଜ୍ୟରେ ରେଡ୍ ଜୋନ୍ ମଧ୍ୟରେ ରହିଥିବା ବେଳେ ଏହା ପରେ ପୁଣି ଦୁଇଟି ଜିଲ୍ଲା ଏହି କ୍ୟାଟେଗୋରୀରେ ସାମିଲ ହୋଇଥିଲା । ଆଉ ଏବେ ଏହି ସଂଖ୍ୟା ପୁଣି ୨୪ କୁ ବୃଦ୍ଧି ପାଇଛି ।
ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଅନୁଯାୟୀ, ଗୁରୁବାର ଦିନ ଓଡିଶାରେ ସକ୍ରିୟ ମାମଲା ୮୧,୫୮୫ କୁ ବୃଦ୍ଧି ପାଇଛି । ସେଥିମଧ୍ୟରୁ ୯୦ ପ୍ରତିଶତ ମାମଲା ରେଡ୍ ଜୋନ୍ ଜିଲ୍ଲାରୁ ରହିଛି । ରେଡ୍ ଜୋନ୍ ଭାବରେ ଟ୍ୟାଗ୍ ହୋଇଥିବା ଜିଲ୍ଲାମାନଙ୍କ ମଧ୍ୟରୁ ଖୋର୍ଦ୍ଧାରେ ସର୍ବାଧିକ ୧୩,୫୬୯ ସକ୍ରିୟ ମାମଲା ରହିଛି । ୧୦୦୦ ରୁ ଅଧିକ ସକ୍ରିୟ ମାମଲା ଥିବା ଅନ୍ୟ ୨୩ ଟି ଜିଲ୍ଲା ହେଉଛି ଅନୁଗୁଳ (୩,୫୬୦), ବାଲେଶ୍ୱର (୧,୪୮୪), ବରଗଡ (୪,୦୯୩), ଭଦ୍ରକ (୧,୩୦୫), ବାଲାଙ୍ଗୀର (୨,୬୪୪), ବୌଦ୍ଧ (୧,୨୪୯), କଟକ (୫,୯୦୧), ଗଞ୍ଜାମ (୧,୬୩୨) , ଜଗତସିଂହପୁର (୧,୨୦୫), ଯାଜପୁର (୨,୬୩୨), ଝାରସୁଗୁଡା (୩,୧୭୬), କଳାହାଣ୍ଡି (୨,୯୦୧), କେନ୍ଦୁଝର (୧,୧୬୩), କୋରାପୁଟ (୧,୦୪୯), ମୟୂରଭଞ୍ଜ (୨,୧୧୮), ନବରଙ୍ଗପୁର (୩,୨୭୧), ନୟାଗଡ଼ (୧,୭୩୪) , ପୁରୀ (୩,୫୮୬), ରାୟାଗଡା (୧,୩୬୪), ସମ୍ବଲପୁର (୩,୮୯୮), ସୋନପୁର (୧,୧୧୫) ଏବଂ ସୁନ୍ଦରଗଡ (୭,୯୦୬) ।