ତାଲା ଭାଙ୍ଗି ମେଡିକାଲ ରୁ ଚୋରି, ରୋଗୀସେବା ବାଧାପ୍ରାପ୍ତ
ନୀଳଗିରି : ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅନ୍ତର୍ଗତ ସଜନାଗଡ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରୁ ଚୋରି । ଅସୁରକ୍ଷିତ ଏବଂ ଚରମ ଅବ୍ୟବସ୍ଥା ଭିତରେ ଗତି କରୁଛି ସଜନାଗଡ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର।
ନୀଳଗିରି ବ୍ଲକ ସଜନାଗଡ଼ ପଞ୍ଚାୟତରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେଦ୍ରରୁ ବୁଧବାର ରାତିରେ ତାଲାଭାଂଗି କମ୍ପୁଟର, ଇନଭର୍ଟର ସମେତ ଇଲେକ୍ଟ୍ରି ସାମଗ୍ରୀ ଓ ଡାକ୍ତରଙ୍କ ମେଡିକାଲ ଆସସିରିଜ ଚୋରି ଅଭିଯୋଗ ହୋଇଛି । ଗୁରୁବାର ପୂର୍ବାହ୍ନରେ ମେଡିକାଲକୁ ଡାକ୍ତର ଆସିବାପରେ ମେଡିକାଲରେ ତାଲା ଭଙ୍ଗାଯାଇଥିବା ସହ ମେଡିକାଲ ଉପକରଣ ଓ କମ୍ପୁଟର ଅନ୍ୟାନ୍ୟ ସାମଗ୍ରୀ ନଥିବା ଦେଖିବାକୁ ପାଇଥିଲେ ନୀଳଗିରି ଥାନାରେ ଡାକ୍ତର ନୀଳଗିରି ଥାନାରେ ଅଭିଯୋଗ ପରେ ପୋଲିସ ପହଂଚି ତଦନ୍ତ କରିଥିଲେ । ଆଜି ଏହି ଚୋରିକୁ ଆଳ କରି ଡାକ୍ତର ସକାଳ ୮ ରୁ ୧୧ଘଟିକା ପର୍ଯ୍ୟନ୍ତ କୈଣସି ରୋଗୀଙ୍କୁ ଦେଖି ନଥିବା ବେଳେ ରୋଗୀ ମାନେ ନିରାଶ ହେବା ସହ ରୋଗୀସେବା ବାଧାପ୍ରାପ୍ତ ହୋଇଥିଲା। ସୂଚନା ଥାଉକି ବରହମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିନରେ ଥିବା ପାଞ୍ଚଟି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ମଧ୍ୟରୁ ସଜନାଗଡ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ୫ଟି ପଞ୍ଚାୟତର ହଜାର ହଜାର ରୋଗୀ ନିର୍ଭର କରିଥାନ୍ତି। ପୂର୍ବରୁ ମଧ୍ୟ ଏଠାରେ ଇନଭର୍ଟର ଚୋରି ହୋଇଥିବା ବେଳେ କିପରି ସିକୁରିଟି ବେବସ୍ଥା ହୋଇନଥିଲା ଏହା ସାଧାରଣରେ ଚର୍ଚ୍ଚା ହେଉଛି।