ନିଜକୁ ଗୁଳିକରି ଆତ୍ମହତ୍ୟା କଲେ ଯୁବକ
ହିଞ୍ଜିଳିକାଟୁ : ହିଞ୍ଜିଳି ଥାନା ଚୈତନ୍ୟପଡ଼ା ଛକ ଠାରେ ଘଟିଛି ଏକ ଆତ୍ମହତ୍ୟା ଘଟଣା । ନିଜ ଗ୍ୟାରେଜରେ ଭିତରପଟୁ କବାଟ ଦେଇ ନିଜକୁ ଗୁଳିକରି ଆତ୍ମହତ୍ୟା କରିଥିବା ପ୍ରାଥମିକ ସୂଚନା ମିଳିଛି ।
ସୂଚନା ଯେ, ଗୋପୀନାଥପୁର ବଡ଼ସାହିର ଇପିଲି ଜଗନ୍ନାଥ (୩୫) ଚୈତନ୍ୟପଡ଼ା ଛକ ଏଚ.ପି ପେଟ୍ରୋଲପମ୍ପ ଆଗରେ ନିଜ ସର୍ଭିସ ସେଣ୍ଟର ଖୋଲିଥିଲେ । ଗତ କିଛିଦିନ ହେବ ନିଜ ପରିବାର ସହ ମତାନ୍ତର ହେତୁ ଜଗନ୍ନାଥ ମାନସିକ ଅସ୍ଥିରତା ରହୁଥିବା ସ୍ଥାନୀୟ ଜନସାଧାରଣଙ୍କ ଠାରୁ ପ୍ରକାଶ । ଆଜି ସକାଳେ ନିଜ ସ୍ତ୍ରୀ ସହିତ ଝଗଡ଼ା ହେବା ପର ଠାରୁ ସେ ବ୍ୟତିବସ୍ତ ରହିଲା ପରି ବ୍ୟବହାର କରୁଥିଲେ । ହଠାତ ସନ୍ଧ୍ୟାରେ ଏହି ପାରିବାରିକ କାରଣରୁ ବିରକ୍ତ ହୋଇ ନିଜ ପାଖରେ ଥିବା ପିସ୍ତଲରୁ ନିଜକୁ ଗୁଳି କରିବା ସହ ଆତ୍ମହତ୍ୟା କରିଛନ୍ତି । ହିଞ୍ଜିଳି ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ଶବ ବ୍ୟବଛେଦ ପାଇଁ ପଠାଇ ଆତ୍ମହତ୍ୟା ଘଟଣାର ତଦନ୍ତ ଜାରି ରଖିଛି।