ରାଜ୍ୟରେ ୪କୋଟି ୮୬ଲକ୍ଷ ୩୬ହଜାର ୭୪୩ରେ ପହଞ୍ଚିଲା ଟିକାକରଣ
ଭୁବନେଶ୍ୱର : ରାଜ୍ୟରେ ଜାନୁଆରୀ ୧୬ରୁ ଜାରି ରହିଥିବା ଟିକାକରଣ ଅଭିଯାନରେ ଶନିବାର ସଂଖ୍ୟା ୪କୋଟି ୮୬ଲକ୍ଷ ୩୬ହଜାର ୭୪୩ରେ ପହଞ୍ଚିଛି। ଶନିବାର ୨୪୫୯ଟି କେନ୍ଦ୍ରରେ ୧ ଲକ୍ଷ ୯୭ ହଜାର ୮୪୦ ହିତାଧିକାରୀ ଟିକା ନେଇଛନ୍ତି। ଏଥିରେ ୨୨୩୮ ଗର୍ଭବତୀଙ୍କୁ ନେଇ ସେମାନଙ୍କ ସଂଖ୍ୟା ୪ ଲକ୍ଷ ୧୯ ହଜାର ୩୪୪ରେ ପହଞ୍ଚିଛି। ଏବେ ଦ୍ବିତୀୟ ପାନ ଟିକାକରଣ ଉପରେ ସରକାର ଜୋର ଦେଉଛନ୍ତି।
ଶନିବାର ୧୮ରୁ ୪୪ ବର୍ଷ ଯୁବବର୍ଗଙ୍କ ମଧ୍ୟରୁ ୨୪ହଜାର ୬୮୧ଜଣଙ୍କୁ ପ୍ରଥମ ପାନ ଦିଆଯାଇଥିବା ବେଳେ ୧ ଲକ୍ଷ ୨ ହଜାର ୯୨୫ ଜଣଙ୍କୁ ଦ୍ବିତୀୟ ପାନ ଟିକା ଦିଆଯାଇଛି। ସେହିପରି ୪୫ ବର୍ଷରୁ ଊର୍ଦ୍ଧ୍ବଙ୍କ କ୍ଷେତ୍ରରେ ୧୨ ହଜାର ୭୫୫ ହିତାଧିକାରୀ ପ୍ରଥମ ପାନ ଟିକା ନେଇଥିବା ବେଳେ ୫୬ ହଜାର ୫୯୮ ଜଣ ଦ୍ବିତୀୟପାନ ଟିକା ନେଇଛନ୍ତି। ଏହାବାଦ୍ ସ୍ବାସ୍ଥ୍ୟକର୍ମୀ ଓ କରୋନା ଯୋଦ୍ଧା ପ୍ରାୟ ୮୮୧ଜଣ ନେଇଥିବା ବିଭାଗ ପକ୍ଷରୁ କୁହାଯାଇଛି।