ଋଷ ଅଭିମୁଖେ ବୋମାବର୍ଷୀ ବିମାନ ପଠାଇଲା ଆମେରିକା
ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇସାରିଛି । ଆମେରିକାର ବାରଣ ପରେ ବି ଋଷ ପ୍ରଥମେ ଯୁଦ୍ଧ ଘୋଷଣା କରିଛି । ଗୋଟିଏ ପରେ ଗୋଟିଏ ମିସାଇଲ ଆକ୍ରମଣ କରି ଋଷ ୟୁକ୍ରେନର ଅନେକ ସହରକୁ କବଜା କରି ସାରିଲାଣି । ସେପଟେ ଆମେରିକା ଋଷ ଅଭିମୁଖେ ବୋମାବର୍ଷୀ ବିମାନ ପଠାଇଥିବାର ସୂଚନା ମିଳିଛି । ଗୁରୁବାର ସକାଳେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଖୋଲାଖୋଲି ଭାବେ ୟୁକ୍ରେନ ବିରୋଧରେ ସାମାରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ରୁଷ ସୈନ୍ୟମାନେ ୟୁକ୍ରେନ ଭିତରେ ପଶି ଆକ୍ରମଣ କରିଛନ୍ତି । କିଭ୍ ରେ ପ୍ରଚଣ୍ଡ ବିସ୍ଫୋରଣ ହୋଇଛି ।
ଗୁରୁବାର ସକାଳେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଖୋଲାଖୋଲି ଭାବେ ୟୁକ୍ରେନ ବିରୋଧରେ ସାମାରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ରୁଷ ସୈନ୍ୟମାନେ ୟୁକ୍ରେନ ଭିତରେ ପଶି ଆକ୍ରମଣ କରିଛନ୍ତି। କିଭ୍ ରେ ପ୍ରଚଣ୍ଡ ବିସ୍ପୋରଣ ହୋଇଛି । ଦୀର୍ଘ ଦିନ ହେବ ରୁଷ ପକ୍ଷରୁ ସୀମାରେ ଯୁଦ୍ଧାଭ୍ୟାସ କରାଯାଉଥିଲା। ଏଥିସହ ୟୁକ୍ରେନକୁ ରୁଷ ପଟୁ ଘେରାବନ୍ଦୀ କରିଥିଲା। ଏସବୁ ଭିତରେ ପୁଟିନ ମିଲାଟାରୀ ଅପରେସନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କ୍ରିମିୟା ଓ ବେଲାଋଷ ମଧ୍ୟ ୟୁକ୍ରେନ ଉପରେ ଆକ୍ରମଣ କରିଥିବା ସୂଚନା ମିଳିଛି । ଏଥିସହ ସେ ୟୁକ୍ରେନକୁ ଅସ୍ତ୍ର ଛାଡ଼ି ଆତ୍ମସମର୍ପଣ କରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି। ଦୁଇ ଦିନ ତଳେ ପୁଟିନ ୟୁକ୍ରେନର ଦୁଇଟି ବିଦ୍ରୋହୀ ଅଞ୍ଚଳକୁ ସ୍ୱତନ୍ତ୍ର ସ୍ଥାନର ମାନ୍ୟତା ଦେଇଥିଲେ। ଏହାକୁ ନେଇ ତୀବ୍ର ତିକ୍ତତା ଦେଖିବାକୁ ମିଳିଛି। ୟୁକ୍ରେନ ମଧ୍ୟ ରୁଷ ଆଡ଼ୁ ଥିବା ବିପଦରୁ ଦୃଷ୍ଟିରେ ରଖି ନିଜ ଦେଶରେ ୩୦ ଦିନ ପାଇଁ ଜାତୀୟ ଜରୁରୀ ପରିସ୍ଥିତି ଲାଗୁ କରିଛି।