କୋଭିଡ୍ ସ୍ଥିତିକୁ ନେଇ ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବୈଠକ
ନୂଆଦିଲ୍ଲୀ : କୋଭିଡ୍ ସ୍ଥିତିକୁ ନେଇ ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବୈଠକ । ସମସ୍ତ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ । ସନ୍ଧ୍ୟା ସାଢେ ୬ଟାରେ ଭିଡିଓ କନଫରେନ୍ସିଂରେ ହେବ ବୈଠକ । ବିଭିନ୍ନ ରାଜ୍ୟର ସ୍ଥିତି ଓ ଏହାର ପଦକ୍ଷେପ ଉପରେ ହେବ ଆଲୋଚନା ।
ଗତ ରବିବାର ଦେଶର କରୋନା ସ୍ଥିତି ସମୀକ୍ଷା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବୈଠକରେ ଦେଶରେ ବଢ଼ୁଥିବା ସଂକ୍ରମଣ ବିଷୟରେ ଜାଣିବା ପରେ ଆସନ୍ତାକାଲି ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ଆଉ ଏକ ବୈଠକ କରିବେ ବୋଲି ଜଣାପଡ଼ିଛି। ଏହି ବୈଠକରେ ୧୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସ୍ବାସ୍ଥ୍ୟମନ୍ତ୍ରୀ ଉପସ୍ଥିତ ରହିବେ। ସେହିପରି ବୈଠକ ପରେ ଆସନ୍ତା ଗୁରୁବାର ପ୍ରଧାନମନ୍ତ୍ରୀ ସମସ୍ତ ରାଜ୍ୟ ସରକାରଙ୍କ ସହିତ ବୈଠକ କରିବେ ବୋଲି ଜଣାପଡ଼ିଛି। ଏଇ କିଛି ଦିନ ମଧ୍ୟରେ ଭାରତ ବିଶ୍ୱର ସବୁଠୁ ବଡ କୋଭିଡ-୧୯ ହଟସ୍ପଟରେ ପରିଣତ ହୋଇଛି। ଦେଶରେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଏହା ବ୍ରାଜିଲ ଏବଂ ଆମେରିକାକୁ ଅତିକ୍ରମ କରିଛି। ତେବେ ଦେଶରେ କରୋନା ସ୍ଥିତି ଉଦବେଗଜନକ ହେଉଥିବା ବେଳେ ଗତ କିଛି ଦିନ ମଧ୍ୟରେ ସରକାର ଅନେକ ସମୀକ୍ଷା ବୈଠକ କରିସାରିଲେଣି। ଏହା ସହ ଅନେକ ସହରରେ କରୋନା ସ୍ଥିତିକୁ ଦେଖି ପ୍ରତିବନ୍ଧକ ମଧ୍ୟ କଡ଼ାକଡି କରାଯାଇଛି। ହେବାକୁ ଥିବା ଦୁଇଟି ବୈଠକରେ ସରକାର କେଉ ନିଷ୍ପତ୍ତି ନେଉଛନ୍ତି, ତାହା ଦେଖିବାକୁ ବାକି ରହିଲା।