ଉତ୍କଳ ସମ୍ବାଦିକ ସଙ୍ଘର ଦୁଇ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆରମ୍ଭ
ନୀଳଗିରି : ଉତ୍କଳ ସମ୍ବାଦିକ ସଙ୍ଘର ସାରା ରାଜ୍ୟରେ ସମ୍ବାଦିକ ସୁରକ୍ଷା ପାଇଁ ସଦା ସର୍ବଦା ସଂଗ୍ରାମ ଜାରି ରଖିଛି । ସମ୍ବାଦିକ ମାନଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଶନିବାର ସନ୍ଧ୍ୟାରେ ବାଲେଶ୍ଵର ଜିଲ୍ଲା ବାହାନଗା ବ୍ଲକ ଭେନସ୍ ଇଞ୍ଜିନିୟରିଂ କଲେଜ ପରିସରରେ ଉତ୍କଳ ସମ୍ବାଦିକ ସଙ୍ଘର ବାର୍ଷିକ ଉତ୍ସବ ଓ ରାଜ୍ୟ କାର୍ଯ୍ୟକାରିଣୀ ବୈଠକର ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ଉଦଘାଟକ ଭାବେ ରାଜ୍ୟ ପର୍ଯ୍ୟଟନ, ସଂସ୍କୃତି ଓ ଅବକାରୀ ମନ୍ତ୍ରୀ ଅଶ୍ୱନୀ କୁମାର ପାତ୍ର ଯୋଗ ଦେଇ ସତ୍ୟ ସମ୍ବାଦ ପରିବେଷଣ କରି ସମାଜ ର ସୁଧାର ଆଣିବା ପାଇଁ ସମ୍ବାଦିକ ଙ୍କ ଭୂମିକା ଗୁରୁତ୍ୱପୂର୍ଣ ବୋଲି ତାଙ୍କ ବକ୍ତବ୍ୟ ରେ କହିଥିଲେ । ଉତ୍କଳ ସମ୍ବାଦିକ ସଙ୍ଘ ର ଜିଲ୍ଲା ସଭାପତି ଲୋକନାଥ ଦଳେଇ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ମୁଖ୍ୟଅତିଥି ପୂର୍ବତନ ସାଂସଦ ତଥା ବାଲେଶ୍ଵର ଜିଲ୍ଲା ବିଜେଡି ସଭାପତି ଇଂ ରବୀନ୍ଦ୍ର କୁମାର ଜେନା ଯୋଗ ଦେଇ ମାଲିକଙ୍କ ଚାପର ବଶବର୍ତ୍ତୀ ନ ହୋଇ ସର୍ବଦା ନିର୍ଭୁଲ ଆଉ ସଠିକ ଖବର ସହ ସତ୍ୟ ଦେଖାଇବା ପାଇଁ ସାହସ ରଖିବାକୁ ସମ୍ବାଦିକ ମାନଙ୍କୁ ଆହ୍ୱାନ ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟବକ୍ତା ଭାବେ ସୋର ବିଧାୟକ ପର୍ଶୁରାମ ଧଡା ଯୋଗ ତାଙ୍କ ବକ୍ତବ୍ୟ ରେ କହିଥିଲେ ସମାଜ ର ଦର୍ପଣ ସଦୃଶ ସମ୍ବାଦିକ ଏଭଳି କାର୍ଯ୍ୟକ୍ରମ ସ୍ୱାଗତ ଯୋଗ୍ୟ । ଅନ୍ୟ ସମ୍ମାନିତ ଅତିଥି ଭାବେ ଉତ୍କଳ ସମ୍ବାଦିକ ସଙ୍ଘର ରାଜ୍ୟ ସଭାପତି ବିଭୂତି ଭୂଷଣ କର ରାଜ୍ୟର ସମସ୍ତ ସାମ୍ବାଦିକ ମାନଙ୍କ ସୁରକ୍ଷା ,ବୀମା ରାଶି ବୃଦ୍ଧି ଓ ପେନସନ ଯୋଜନା ସମ୍ପର୍କରେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏଥିରେ ଉତ୍କଳ ସମ୍ବାଦିକ ସଙ୍ଘର ରାଜ୍ୟ ସାଧାରଣ ସମ୍ପାଦକ ବେଣୁଧର ପଣ୍ଡା, ନୀଳଗିରି ବିଜେଡି ନେତା ସନ୍ତୋଷ କୁମାର ଖଟୁଆ, ଜିଲ୍ଲା ଯୁବ ବିଜେଡି ସଭାପତି ତାପସ ପରିଡା, ନୟାଗଡ଼ ମ୍ୟୁନିସପାଲିଟି ଅଧ୍ୟକ୍ଷା ନିରୂପମା ଖଟେଇ, ବାହାନାଗା ପଞ୍ଚାୟତ ସମିତି ଅଧ୍ୟକ୍ଷ ବିଶ୍ୱନାଥ ମିଶ୍ର, ନୀଳଗିରି ପଂଚାୟତ ସମିତି ଅଧ୍ୟକ୍ଷା ଶୁଭଲକ୍ଷ୍ମୀ ମାଝୀ, ନୀଳଗିରି ଏନ.ଏ.ସି ଅଧ୍ୟକ୍ଷା ଅମ୍ବିକା ଦାସ ପ୍ରମୁଖ ଯୋଗ ଦେଇ ସାମ୍ବାଦିକ ଙ୍କ ଉଦ୍ଧେଶ୍ୟରେ ନିଜର ବକ୍ତବ୍ୟ ରଖିଥିଲେ। ଏଥିରେ ଜିଲ୍ଲା ସମ୍ପାଦକ ପ୍ରତାପ କୁମାର ପାତ୍ର ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ଏହି ଅବସରରେ କୋବିଡ଼ ରେ ମୃତ୍ୟୁ ବରଣ କରିଥିବା ବରିଷ୍ଠ ସମ୍ବାଦିକ ହରିଶ୍ଚନ୍ଦ୍ର ସ ଙ୍କ ଉଦ୍ଧେଶ୍ୟରେ ମରଣୋତ୍ତୋର ସମ୍ମାନ ତାଙ୍କ ପରିବାରକୁ ପ୍ରଦାନ କରାଯାଇଥିଲା।ସେହି ପରି ସମ୍ବାଦିକ ନିରଞ୍ଜନ ବାରିକ, ଯୁବ ସମାଜସେବୀ ସୀମନ ଦାସ ମହାପାତ୍ର, ନୀଳଗିରିର ସିଡିପିଓ ସଂଯୁକ୍ତ ମହାରଣା, ସହକାରୀ ଯନ୍ତ୍ରୀ ଚିତ୍ତରଞ୍ଜନ ଜେନା, ନାହାନାଗା ବିଡ଼ିଓ ଗୌରାଙ୍ଗ ଚରଣ ଘୋଷ, ପଥରପେଣ୍ଠ ସରପଞ୍ଚ ଉର୍ମିଳା ପାଣ୍ଡିଆ, ଶ୍ୟାମସୁନ୍ଦରପୁର ସରପଞ୍ଚ ପୁରସ୍ତମ ସେଠୀ, ରାଜ୍ୟ ବିଜେଡିର ଯୁଗ୍ମ ସମ୍ପାଦକ ଗତିକୃଷ୍ଣ ନନ୍ଦ, ପକ୍ଷୀ ବିଶେଷଜ୍ଞ ମନୋରଞ୍ଜନ ଦାସ, ସମେତ ବିଭିନ୍ନ ପ୍ରତିଭାବାନ ବ୍ୟକ୍ତିଙ୍କୁ ଉତ୍ତରୀୟ, ପୁଷ୍ପଗୁଛ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରଯାଇଥିଲା। ବାଲେଶ୍ୱର ଜିଲ୍ଲା ସମେତ ସାରା ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଉତ୍କଳ ସମ୍ବାଦିକ ସଙ୍ଘର ସଦସ୍ୟ ମାନେ ଏହି କାର୍ଯ୍ୟକ୍ରମ ରେ ଯୋଗ ଦାନ କରିଥିଲେ। ଏହି ଉଦ୍ଘାଟନୀ ଉତ୍ସବରେ ସମ୍ବାଦିକା ଜୟଶ୍ରୀ ବେହେରା ଓ ଗଗନ କୁମାର ସେଠୀ ମଞ୍ଚ ଆହ୍ୱାନ ଓ ଅତିଥି ପରିଚୟ ପ୍ରଦାନ କରିଥିଲା ବେଳେ ସଙ୍ଘର ବାହାନାଗା ବ୍ଲକ ସଭାପତି ଶରତ କୁମାର ସାମଲ ସମେତ ଜିଲ୍ଲାର ସମସ୍ତ ସଦସ୍ୟ ଓ ନୀଳଗିରି ମହାବୀର ଫାଉଣ୍ଡେସନର କର୍ମକର୍ତା ମାନେ କାର୍ଯ୍ୟକ୍ରମରେ ସହାୟତା ପ୍ରଦାନ କରିଥିଲ।