ଷ୍ଟକ ମାର୍କେଟରେ ନିରାଶ : କାରବାର ଆରମ୍ଭରୁ ୩୦୦ ପଏଣ୍ଟ ହ୍ରାସ ପାଇଲା ସେନସେକ୍ସ
ମୁମ୍ବାଇ : ଆଜି କାରବାର ଆରମ୍ଭରୁ ସେନସେକ୍ସ ୩୦୦ ପଏଣ୍ଟ ହ୍ରାସ ପାଇଛି । ରିଲିଆନ୍ସ ଇଣ୍ଡଷ୍ଟ୍ରୀ, ଏଚଡିଏଫସି ଟ୍ବିନ୍ସ, କୋଟାକ ବ୍ୟାଙ୍କ ସେୟାର ମୂଲ୍ୟରେ ହ୍ରାସ ଯୋଗୁଁ ସେନସେକ୍ସ ତଳକୁ ଖସିଛି । ବୈଶ୍ବିକ ବଜାରରେ ନକରାତ୍ମକ ଟ୍ରେଣ୍ଡ ଏବଂ ନିରନ୍ତର ବିଦେଶ ପୁଞ୍ଜି ଆଉଟଫ୍ଲୋ ମଧ୍ୟରେ ଆଜି କମ୍ପାନୀଗୁଡିକର ସେୟାର ଘାଟାରେ ପଡିଛି ।
ସୂଚନା ଅନୁଯାୟୀ, କାରବାର ଆରମ୍ଭରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜର ୩୦ ସେୟାର ଆଧାରିତ ସେୟାର ସୂଚକାଙ୍କ ସେନସେକ୍ସ ୩୧୯.୮୨ ପଏଣ୍ଟ ବା ୦.୫୫% ହ୍ରାସ ସହ ୫୭,୫୮୧.୩୨ରେ ବନ୍ଦ ହୋଇଛି । ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ନିଫ୍ଟି ୯୧ ପଏଣ୍ଟ ବା ୦.୫୩% ଖସି ୧୭,୧୫୭.୪୦ରେ କାରବାର ବନ୍ଦ କରିଛି ।
ସେନସେକ୍ସ ପ୍ୟାକରେ ସବୁଠୁ ଅଧିକ କ୍ଷତି ସହିଛି ଟାଇଟନ । ଟାଇନର ୩ ପ୍ରତିଶତ ସେୟାର ମୂଲ୍ୟ ହ୍ରାସ ପାଇଥିବାବେଳେ ତା’ ପଛକୁ ଏମ ଆଣ୍ଡ ଏମ, ଏଚୟୁଏଲ, ମାରୁତି, ଏସିଆନ ପେଣ୍ଟ ଏବଂ ଇଣ୍ଡସଇଣ୍ଡ ବ୍ୟାଙ୍କ କ୍ଷତିରେ ପଡିଛି ।
ଅପରପକ୍ଷେ ଆଜି ଇଫୋସିସ୍, ଟିସିଏସ, ଏଚସିଏଲ ଟେକ ଏବଂ ଟେକ୍ ମହିନ୍ଦ୍ରା ଲାଭ ଅର୍ଜନକାରୀଙ୍କ ମଧ୍ୟରେ ଅଛନ୍ତି । କହିରଖୁଛୁ କି, ପୂର୍ବ କାରବାର ଦିବସରେ ୩୦ ସେୟାର ଆଧାରିତ ସୂଚକାଙ୍କ ୧୧୩.୧୧ ପଏଣ୍ଟ ବା ୦.୨୦ ପ୍ରତିଶତ ବୃଦ୍ଧି ସହ ୫୭,୯୦୧.୧୪ରେ ଏବଂ ନିଫ୍ଟ ୨୭ ପଏଣ୍ଟ ଉଛୁଳି ୧୭,୨୪୮.୪୦ରେ ବନ୍ଦ ହୋଇଥିଲା।