ଆଇପିଏଲ୍ର ବଳକା ମ୍ୟାଚ୍ ଖେଳିବେନି ଜୋସ୍ ବଟଲର
ନୂଆଦିଲ୍ଲୀ : ବାତିଲ୍ ହୋଇଥିବା ଆଇପିଏଲ ୨୦୨୧ର ବଳକା ମ୍ୟାଚ୍ ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ସମସ୍ତ ସବୁ ଟିମ୍ ଜୋର୍ଦାର ପ୍ରସ୍ତୁତି ଚଳାଇଛନ୍ତି । ଭାରତରେ କରୋନା ମାମଲା କମିନଥିବାରୁ ୟୁଏଇରେ ଏହି ମ୍ୟାଚ୍ ସବୁ ଖେଳାଯିବ । ଏସବୁ ମଧ୍ୟରେ ରାଜସ୍ଥାନ ରୟାଲ୍ସ ଟିମ୍କୁ ଲାଗିଛି ଜୋରଦାର ଝଟକା। କାରଣ ୨୦୨୧ ଆଇପିଏଲର ବଳକା ମ୍ୟାଚ୍ ଖେଳିବେ ନାହିଁ ଷ୍ଟାର ଖେଳାଳି ଜୋସ୍ ବଟଲର। ଏନେଇ ରାଜସ୍ଥାନ ରୟାଲ୍ସ ପକ୍ଷରୁ ସୂଚନା ଦିଆଯାଇଛି।
Jos Buttler will not be part of the remainder of #IPL2021, as he and Louise are expecting a second child soon.
— Rajasthan Royals (@rajasthanroyals) August 21, 2021
We wish them well, and can't wait for the newest member of the #RoyalsFamily. ? pic.twitter.com/rHfeQTmvvg
ରାଜସ୍ଥାନ ରୟାଲ୍ସ ପକ୍ଷରୁ ଟ୍ୱିଟ୍ କରାଯାଇ କୁହାଯାଇଛି ଯେ, ଜୋସ୍ ବଟଲର ଆଇପିଏଲ ୨୦୨୧ର ଦ୍ଵିତୀୟ ପର୍ଯ୍ୟାୟରେ ଖେଳିବେ ନାହିଁ। କାରଣ ସେ ଖୁବଶୀଘ୍ର ଦ୍ଵିତୀୟ ସନ୍ତାନର ବାପା ହେବାକୁ ଯାଉଛନ୍ତି। ଆମେ ତାଙ୍କୁ ଶୁଭେଚ୍ଛା ଜଣାଉଛୁ। ମିଳିଥିବା ସୂଚନା ମୁତାବିକ, ନ୍ୟୁଜିଲାଣ୍ଡର ଓ୍ବିକେଟକିପର ବ୍ୟାଟସମ୍ୟାନ୍ ଗ୍ଲେନ୍ ଫିଲିପ ଜୋସ ବଟଲରଙ୍କ ସ୍ଥାନ ନେବେ। ଏନେଇ ରାଜସ୍ଥାନ ରୟାଲ୍ସ ପକ୍ଷରୁ ସୂଚନା ଦିଆଯାଇଛି। ଗ୍ଲେନ ଫିଲିପ ନ୍ୟୁଜିଲାଣ୍ଡ ପାଇଁ ୨୫ଟି ଟି-୨୦ ମ୍ୟାଚ୍ ଖେଳି ସାରିଛନ୍ତି।