ସିକିମ୍ ସମେତ ହିମାଚଳ ପ୍ରଦେଶରେ ଭୂମିକମ୍ପ ଝଟକା
ଗାଙ୍ଗଟକ : ସିକିମ୍ ରାଜ୍ୟର ରବଙ୍ଗଲାରେ ବୁଧବାର ସକାଳୁ ମୃଦୁ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲର ଏହାର ତୀବ୍ରତା ୩.୭ ରେକର୍ଡ କରାଯାଇଛି । ନାସନାଲ ସେଣ୍ଟର ଫର ସେଇସମୋଲୋଜି (ଏନସିଏସ)ର ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।
ଏନସିଏସ ଅନୁଯାୟୀ, ଆଜି ସକାଳ ପ୍ରାୟ ୩ଟା ସମୟରେ ଭୂକମ୍ପ ଅନୁଭୂତ ହୋଇଥିଲା । ରବଙ୍ଗଲା ଠାରୁ ୧୨ କିଲୋମିଟର ଉତ୍ତରରେ ଏହା ସଙ୍ଗଠିତ ହୋଇଥିବା ବେଳେ ଗଭୀରତା ୫ କିମି ରହିଥିଲା । ଏଥିରେ କାହାର କୌଣସି କ୍ଷୟକ୍ଷତି ଘଟିନଥିବା ସୂଚନା ମିଳିଛି । ସେପଟେ ହିମାଚଳ ପ୍ରଦେଶରେ ମଧ୍ୟ ଭୂକମ୍ପ ଝଟକା ଲାଗିଛି । ମଙ୍ଗଳବାର ବିଳମ୍ବିତ ରାତିରେ ରାଜ୍ୟର ଚମ୍ବା ଜିଲ୍ଲାରେ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୩ ରେକର୍ଡ କରାଯାଇଛି । ଏନସିଏସ ଅନୁଯାୟୀ, ମଙ୍ଗଳବାର ରାତି ୧୯ଟା ୪୭ ମିନିଟ୍ ସମୟରେ ଭୂମିକମ୍ପ ଆସିଥିଲା । ଏଥିରେ କୌଣସି କ୍ଷୟକ୍ଷତି ଘଟିଥିବାର ସୂଚନା ନାହିଁ ।