କୋଭିଡ୍ ସ୍ଥିତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ : କିଶୋରଙ୍କୁ ଟିକାକରଣ ଉପରେ ଗୁରୁତ୍ୱ
ଜିଲାସ୍ତରରେ ସ୍ୱାସ୍ଥ୍ୟ ଭିତିଭୂମି ସଜାଡ଼ିବାକୁ ଗୁରୁତ୍ୱ
ନୂଆଦିଲ୍ଲୀ: ଦେଶରେ ଦୃତ ଗତିରେ ବୃଦ୍ଧି ପାଉଥିବା କରୋନା ଭାଇରସକୁ ନେଇ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ଥିତି ସମୀକ୍ଷା କରିଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଏବଂ କୋଭିଡ୍ ସମ୍ଭନ୍ଧୀୟ ଅନ୍ୟ ଏଜେନ୍ସିର ଅଧିକାରୀମାନେ ଏହି ବୈଠକରେ ଉପସ୍ଥିତ ଥିଲେ । ବୈଠରେ ଦେଶରେ ସମ୍ପ୍ରତି ସୃଷ୍ଟି ହୋଇଥିବା ତୃତୀୟ ଲହରରୁ ଦେଶକୁ ମୁକୁଳାଇବା ପାଇଁ ବୈଠକରେ ଆଲୋଚନା ହୋଇଛି । ପୂର୍ବରୁ ୨୪ ଡିସେମ୍ବରରେ ପ୍ରଧାନମନ୍ତ୍ରୀ ମଧ୍ୟ ସମାନ ବୈଠକ କରିଥିଲେ । ଲୋକଙ୍କୁ ସତର୍କ ରହିବାକୁ ପ୍ରଧାନମନ୍ତ୍ରୀ ମୋଦୀ ନିବେଦନ କରିଛନ୍ତି ।
ଭାରତରେ ବିଗିଡିବା ରେ ଲାଗିଛି କରୋନା ସ୍ଥିତି । ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଉଚ୍ଚ ଅଧିକାରୀଙ୍କ ସହ ଉଚ୍ଚସ୍ତରୀୟ ବୈଠକ କରି ଦେଶରେ କରୋନା ମହାମାରୀର ସ୍ଥିତିର ସମୀକ୍ଷା କରିଛନ୍ତି । ବୈଠକରେ କଣ ନିଷ୍ପତି ନିଆଯାଇଛି ଏ ସଂପର୍କରେ ଖବର ଆସିବା ବାକି ରହିଛି । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଡିସେମ୍ବର ୨୪ରେ ଠିକ୍ ଏହି ଧରଣର ବୈଠକ କରିଥିଲେ । ମାତ୍ର ଏବେ ଦେଶରେ ମହାମାରୀ ସ୍ଥିତିରେ ପରିବର୍ତନ ଘଟିଛି । ଦୈନିକ ଲକ୍ଷାଧିକ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଅନେକ ସହରରେ ଓମିକ୍ରନ ଭାରିଆଂଟର ଶତାଧିକ ମାମଲା ସାମ୍ନାକୁ ଆସି ସାରିଛି । ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବୈଠକ ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ ରହିଛି, କାରଣ ଗତକାଲି ନିର୍ବାଚନ ଆୟୋଗ ୫ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି । ଆୟୋଗ ନିର୍ବାଚନ ପୂର୍ବରୁ ରାଜ୍ୟରେ ଟିକାକରଣ ଆହୁରି ଦ୍ରୁତ କରିବାକୁ କହିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଦେଶରେ ଟିକାକରଣ ବ୍ୟାପକ କରାଯାଉଛି । ୧୫ ରୁ ୧୮ ବର୍ଷ ବର୍ଗଙ୍କ ଟିକାକରଣ ଜାରି ରହିଛି । ଭାରତର କୋଭିଡ୍-୧୯ ସଂକ୍ରମିତଙ୍କ ସଂଖ୍ୟା ଗତ କିଛି ଦିନରେ ଦ୍ରୁତ ଗତିରେ ବଢି ଚାଲିଛି । ରବିବାର ଭାରତରେ ୧.୬ ଲକ୍ଷ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ପରେ ଦେଶରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୬ ଲକ୍ଷରେ ପହଂଚିଛି । ଅନେକ ରାଜ୍ୟରେ ଓମିକ୍ରନର ପ୍ରସାରକୁ ରୋକିବା ପାଇଁ ସପାହାନ୍ତ କର୍ଫ୍ୟୁ, ନାଇଟ୍ କର୍ଫ୍ୟୁ ଏବଂ ଅନ୍ୟ ପ୍ରତିବନ୍ଧକ ପୁନର୍ବାର ଲାଗୁ କରିଛନ୍ତି ।
ଗତ ୧୫ ଦିନ ମଧ୍ୟରେ ଦିଲ୍ଲୀ, ମୁମ୍ବାଇ ଏବଂ ତାମିଲନାଡୁ ଏବଂ କର୍ଣ୍ଣାଟକ ଭଳି ବଡ ବଡ଼ ମେଟ୍ରୋ ସହରରେ କରୋନା ସ୍ଥିତି ସାଂଘାତିକ ହୋଇଛି । ଏହାରି ଭିତରେ ନିର୍ବାଚନ ଆୟୋଗ ମଧ୍ୟ ପାଂଚଟି ରାଜ୍ୟର ବିଧାନସଭା ନିର୍ବାଚନ ଘୋଷଣା କରିଛନ୍ତି । ଏସବୁ ଦୃଷ୍ଟିରେ ରଖି କୋଭିଡ ସଂକ୍ରାନ୍ତୀୟ ବୈଠକ କରିଛନ୍ତି ମୋଦି । ରବିବାର ଦେଶରେ ପ୍ରାୟ ୧.୬ ଲକ୍ଷ ନୂତନ କରୋନା ରିପୋର୍ଟ ହୋଇଛି । ଯାହାକି ଗତ ୨୨୪ଦିନ ମଧ୍ୟରେ ସର୍ବାଧିକ । ସକ୍ରିୟ ରୋଗୀଙ୍କ ସଂଖ୍ୟା ପ୍ରାୟ ୬ ଲକ୍ଷରେ ପହଂଚିଥିବା ବେଳେ ପ୍ରାୟ ୧୯୭ ଦିନ ମଧ୍ୟରେ ଏହା ହେଉଛି ସର୍ବାଧିକ । ଗତ ୨୪ଘଂଟା ରେ ଦେଶରେ ୩୨୭ଜଣଙ୍କ ମୃତ୍ୟୁ ଘଟିଛି । ଏତିସହ ସମୁଦାୟ ମୃତ୍ୟୁ ସଂଖ୍ୟା ୪୮୩୭୯୦କୁ ବୃଦ୍ଧି ପାଇଛି । ଓମିକ୍ରନରେ ୩୬୨୩ ଜଣଙ୍କ ମଧ୍ୟରୁ ୧୪୦୯ ଜଣ ଦେଶ ବାହାରକୁ ଯାଇଛନ୍ତି କିମ୍ବା ସୁସ୍ଥ ହୋଇଛନ୍ତି । ମହାରାଷ୍ଟ୍ରରେ ଓମିକ୍ରନ୍?ର ସର୍ବାଧିକ ୧୦୦୯ ମାମଲା ରହିଛି । ଦିଲ୍ଲୀରେ ୫୧୩, କର୍ଣ୍ଣାଟକରେ ୪୪୧, ରାଜସ୍ଥାନରେ ୩୭୩, କେରଳରେ ୩୩୩ ଏବଂ ଗୁଜୁରାଟରେ ୨୦୪ ଟି ମାମଲା ରେକର୍ଡ଼ ହୋଇଛି । ଦେଶରେ ରବିବାରର ୧,୫୯,୬୩୨ କରୋନା ଭାଇରସ୍ ଜନିତ ନୂତନ ସଂକ୍ରମଣ ଓ ୩୨୭ମୃତ୍ୟୁ ରେକର୍ଡ କରାଯାଇଛି । ଗତକାଲି ଠାରୁ ଆଜିର ସଂକ୍ରମଣ ହାର ୨୧.୩% ଅଧିକ ରହିଛି । ୨୪ ଘଂଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩,୫୫,୨୮,୦୦୪ରେ ପହଂଚିଛି । ଗତ ୨୪ ଘଂଟାରେ ହୋଇଥିବା ୩୨୭ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍-୧୯ଜନିତ ମୃତ୍ୟୁସଂଖ୍ୟା ୪,୮୩,୭୯୦ରେ ପହଂଚିଛି ।