ରାଜ୍ୟମାନେ ଏକ ହୋଇ କରୋନା ମୁକାବିଲା କରନ୍ତୁ : ପ୍ରଧାନମନ୍ତ୍ରୀ
- ୧୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର କୋଭିଡ୍-୧୯ ମହାମାରୀ ଦ୍ୱାରା ସବୁଠୁ ଅଧଧିକ ପ୍ରଭାବିତ ହୋଇଥିବା ୧୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ମୁଖ୍ୟମନ୍ତ୍ରୀମାନଙ୍କ ସହ ବୈଠକ କରିଛନ୍ତି । ଉତରପ୍ରଦେଶ, ଦିଲ୍ଲୀ, ଛତିଶଗଡ଼, ଗୁଜୁରାଟ, କେରଳ, କର୍ଣ୍ଣାଟକ, ମହାରାଷ୍ଟ୍ର ଏବଂ ପଞ୍ଜାବ ସମେତ ୧୧ଟି ରାଜ୍ୟର ମୁଖ୍ୟମନ୍ତ୍ରୀ, କେନ୍ଦ୍ରଗୃହମନ୍ତ୍ରୀ ଅମିତ ଶାହା ଏବଂ ବରିଷ୍ଠ ସରକାରୀ ଅଧିକାରୀମାନେ ମଧ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ ।
ଦେଶରେ ସମ୍ପ୍ରତି କରୋନା ସଂକ୍ରମଣ ବୃଦ୍ଧି ଏବଂ ଅକ୍ସିଜେନ୍ ସଙ୍କଟକୁ ନେଇ ଏଥିରେ ଆଲୋଚନା ହୋଇଥିଲା । ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସମସ୍ତେ ଗୋଟିଏ ରାଷ୍ଟ୍ର ଭାବନାକୁ ନେଇ କାମ କରିବାକୁ ହେବ । ଏହାଛଡ଼ା ରେଲୱେ ଏବଂ ଏୟାରଫୋର୍ସକୁ ଭାକସିନ୍ ଯୋଗାଣ କାର୍ଯ୍ୟରେ ଲଗାଯାଇଛି । ଭ୍ୟାକସିନ୍ ଯୋଗାଇବାକୁ ଯେପରି ଅତି କମ୍ରୁ କମ୍ ସମୟ ଲାଗିବ ସେଥ୍ôପାଇଁ ଟ୍ରେନ୍ ଏବଂ ବିମାନଗୁଡ଼ିକୁ ଅକ୍ସିଜେନ୍ ନେବା ଆଣିବା ପାଇଁ ବ୍ୟବହାର କରାଯାଉଛି । ବିଭିନ୍ନ ରାଜଜ୍ୟମାନଙ୍କରେ ଔଷଧ ଏବଂ ଇଞ୍ଜେକସନ୍ କଳାବଜାରୀ କରୁଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ସମ୍ପୃକ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି । ସେହିପରି ଟିକା ନେବା ପରେ ମଧ୍ୟ ମାସ୍କ ଆବଶ୍ୟକ । ଆମ ସରକାର ସାରା ଦେଶରେ ପ୍ରଧାମନ୍ତ୍ରୀ ଆୱାସ ଯୋଜନା ଅଧୀନରେ ଗରିବଙ୍କ ପାଇଁ ଦୁଇକୋଟିରୁ ଅଧିକ ଗୃହ ନିର୍ମାଣ କରିଛନ୍ତି । ବିଜେପି ସରକାରଙ୍କ ଏହା ପ୍ରୟାସ ରହିଛି ଯେ, ଝିଅର ଜନ୍ମରୁ ବୃଦ୍ଧାବସ୍ଥା ପର୍ଯ୍ୟନ୍ତ ସେମାନଙ୍କୁ ସମସ୍ତ ସୁବିଧା ଏବଂ ପ୍ରୋତ୍ସାହନ ମିଳିବା ଉଚିତ୍, ଯାହାଦ୍ୱାରା ସେମାନେ ଏକ ଉନ୍ନ ସମାଜ ଗଠନ କରିପାରିବେ । ଅନ୍ୟପକ୍ଷରେ ପଶ୍ଚିମବଙ୍ଗରେ ଚାଳିଥିବା ନିର୍ବାଚନ ମଧ୍ୟରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଭିଡ଼-୧୯ ମହାମାରୀ ରୋକିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ସହ ହୋଇଥିବା ବୈଠକରେ ଯୋଗଦେଇନାହାନ୍ତି । ଦୁର୍ଗାପୁରରେ ସେ ତାଙ୍କ ଦଳର ପ୍ରାର୍ଥୀଙ୍କ ସହ ଗଣମାଧ୍ୟମକୁ ଭେଟିଥିଲେ । ମମତା ବାନାର୍ଜୀ କହିଛନ୍ତି ଯେ, କେନ୍ଦ୍ରସରକାର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦେଇଥିବା ନିର୍ଦ୍ଦେଶନାମାକୁ ପାଳନ କରିନାହାନ୍ତି । ଯେଉଁଥିପାଇଁ ସାରା ଦେଶରେ ମହାମାରୀର ଦ୍ୱିତୀୟ ଲହର ଖେଳିଗଲା । କୋଭିଡ଼ ୧୯ର ପ୍ରଥମ ଲହର ପରେ ଡବ୍ଲୁଏଚଓ ଅମ୍ଳଜାନ ଯୋଜନା ପାଇଁ କହିଥିଲେ । କିନ୍ତୁ କେନ୍ଦ୍ର ଏହି କଥାକୁ ଦବାଇ ରଖିଥିଲା ଏବଂ ଏ ବିଷୟରେ ରାଜ୍ୟ ମାନଙ୍କୁ ମଧ୍ୟ ଜଣାଇ ନାହିଁ । ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଡାକିଥିବା ସଭାରେ ତାଙ୍କୁ ମିଶିବା ପାଇଁ ନିମନ୍ତ୍ରଣ କରାଯାଇ ନାହିଁ ଯେଉଁଥିପାଇଁ ସେ ଏଥିରେ ସାମିଲ ହୋଇନାହାନ୍ତି । ନିର୍ବାଚନ ଆୟୋଗକୁ ପକ୍ଷପାତିତା ଅଭିଯୋଗ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ପ୍ରଚାର ବନ୍ଦ କରିବାପରେ ଆୟୋଗ ଭର୍ଚୁଆଲ ପ୍ରସାର ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏଥିରୁ ପୁରା ସ୍ପଷ୍ଟ ଯେ, ସବୁକିଛି କେନ୍ଦ୍ର ସରକାରଙ୍କ ଇଶାରାରେ ଚାଲୁଛି ।